
ସାକ୍ଷିଗୋପାଳ– ପୁରୀ ଜିଲ୍ଲା ସାକ୍ଷିଗୋପାଳ ବୀରଗୋବିନ୍ଦପୁରରେ କାଳୀପୂଜା ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ କୋଭିଡ଼୍ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଓ ଏହାର ଆଖପାଖ ଗ୍ରାମରେ ୧୪୪ ଧାରା ଜାରୀ ହୋଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଏହି କଟକଣା ବଳବତର ରହିବ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ଦିର ଚାରିପାଖରେ, ବୀରଗୋବିନ୍ଦପୁର ଗ୍ରାମ ଓ ଗାଁ ଛକରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ଆଜି ରାତିରେ ମୂର୍ତି ପ୍ରତିଷ୍ଠା ହେବେ । ଆସନ୍ତାକାଲି ମୃଣ୍ମୟୀ ମୂର୍ତି ପୂଜା ପାଇବା ପରେ ରାତିରେ ବିସର୍ଜନ କରାଯିବ । ଭସାଣି ଉତ୍ସବ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପ୍ରକାଶ ଥାଉ କି, ବର୍ଷସାରା ଏଠାରେ ମା ଦକ୍ଷୀଣ କାଳୀଙ୍କ ମୂର୍ତି ପୂଜା ପାଉଛି । ମା ଦକ୍ଷିଣ କାଳୀ ପ୍ରତ୍ୟେକ୍ଷ । ଏବଂ ଭକ୍ତଙ୍କ ମନୋବାଞ୍ଛା ଅବଶ୍ୟ ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି ।