କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ଐତିହ୍ୟ ସମ୍ପନ୍ନ ପୁରୀର ବିଶ୍ୱସ୍ତରୀୟ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି |”ଅବଢ଼ା” ଯୋଜନା ମାଧ୍ୟମରେ ଏହି ଉର୍ନ୍ନତି କରଣରେ ସାମିଲ ଅଛି ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର , ମହୋଦଧି ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଏବଂ ମୂଷା ନଦୀ ସଂପ୍ରସାରଣ |ଏଥି ନିମନ୍ତେ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକରେ କୋଟି ୪୬୧. ୨୫ ଲକ୍ଷର ଅର୍ଥରାଶି ମଞ୍ଜୁର ହୋଇଛି |ଏହି ସମସ୍ତ ଉର୍ନ୍ନତି କରଣ ପାଇଁ ଜମି ଅଧିଗ୍ରହଣ ସାରିଥିବା ବେଳେ ଏହି କାର୍ଯ୍ୟ ସମୁର୍ଣ୍ଣ କରିବାପାଇଁ ୩0 ମାସର ସମୟ ସୀମା ଧାର୍ଯ୍ୟ କରାଯାଇଛି |ଏହି ଉର୍ନ୍ନତି କରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ପୁରୀ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ |ଆଜି ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ଯୋଜନା ବୋର୍ଡର ଉପାଦକ୍ଷ ସଞ୍ଜୟ ଦାସବର୍ମା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ,ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ |
ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଙ୍କ ନିଷ୍ପତ୍ତି କୁ ଯୋଜନା ବୋର୍ଡର ଉପାଦକ୍ଷ ସଞ୍ଜୟ ଦାସବର୍ମା ପ୍ରସଂଶା କରିଛନ୍ତି |ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବା ସହ ଯଥାଶୀଘ୍ର ମହୋଦଧି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସାରିବାପାଇଁ ଅନୁରୋଧ କରିଛନ୍ତି |ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରକଳ୍ପ ପାଇଁ ଯେଉଁମାନେ ଜମି ପ୍ରଦାନ କରିଛନ୍ତି ଓ ପୁରୀବାସୀ ଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇ କୃତଜ୍ଞତା ଜଣାଇଛନ୍ତି |