କନ୍ଧମାଳ- ଆଜି ବାଲିଗୁଡା କୋର୍ଟ ଏସ.ଡି.ଜେ.ଏମ ସୌମ୍ୟସ୍ୱରୁପ ସାହୁ ଏକ ବିବାହର ପ୍ରଲୋଭନ ଦେଖାଇ ଜଣେ ଦିନମଜୁରିଆ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୁକ୍ତକୁ ସାରଙ୍ଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମର ବିରୁପାକ୍ଷ ଦଣ୍ଡିଆକୁ ସାଖ୍ୟ ପ୍ରମାଣ ଏବଂ ଯୁବତୀଙ୍କ ବୟାନ ଆଧାରରେ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଏବଂ ୨ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୦୩ ମସିହାରେ ସେହି ଅଂଚଳର ଜଣେ ଦିନମଜୁରିଆ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବିରୁପାକ୍ଷ ତାଙ୍କ ସହିତ ଅନେକ ଥର ଶାରୀରିକ ସମ୍ପର୍କ ରଖିବାପରେ ତାକୁ ପ୍ରତାରଣା କରିଥିବା ନେଇ ସାରଙ୍ଗଡ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୧୮୯/୨୦୦୩ ରୁଜ୍ଜୁ କରି ବିରୁପାକ୍ଷକୁ କୋର୍ଟରେ ହାଜର କରାଇଥିଲା । ଆଜି ସେହି ମାମଲାର ବିଚାରଣ କରି ବିଚାରପତି ଏହି ରାୟ ଶୁଣାଇଛନ୍ତି ।
Related Stories
November 21, 2024