ଭୁବନେଶ୍ୱର – ଜାତୀୟ ମୋଟର ଯାନ ଆଇନ୍ ଲାଗୁ ହେବାପରେ ଯଦି କୌଣସି ଟ୍ରାଫିକ୍ ବା ପୋଲିସ୍ ଅଧିକାରୀ ଭୁଲ୍ ରେ ଜୋରିମାନା ଆଦାୟ କରନ୍ତି ସମ୍ପୃକ୍ତ ଅଧିକାରୀଙ୍କୁ ଜୋରିମାନାର ଦୁଇ ଗୁଣ ଭରଣା କରିବାକୁ ପଡିବ ବୋଲି ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସନ୍ ପ୍ରକାଶ କରିଛନ୍ତିି । ସେ କହିଛନ୍ତି ଯେ କମ୍ପାଉଣ୍ଡ୍ ଫାଇନ୍ ସମ୍ପର୍କିତ ପ୍ରଶ୍ନର ଉତରରେ ସେ କହିଥିଲେ ଯେ ଏଥିରେ ଯଦି କୌଣସି ଗାଡି ଚାଳକ ଧରାପଡିଲେ କୌଣସି ଗୋଟିଏର ଫାଇନ୍ ଦେବାକୁ ପଡିବ । ସେହିପରି ପ୍ରଦୂଷଣ ସାଟିଫିକେର୍ଟ ଉପରେ ଏକ ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୁବ୍ ଶୀଘ୍ର ଅନଲାଇନ୍ ବ୍ୟବସ୍ଥା ହେବ । ଲୋକଙ୍କୁ ଅଯଥା ହଇରାଣ ନକରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି ।
Related Stories
April 23, 2024