ଗଞ୍ଜାମ– ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନ ବେଲଗାଁ ବଜାର, କାଟୁ ଲକ୍ଷ୍ମୀ ବଜାର ଅଞ୍ଚଳରେ ବିଭିନ୍ନ କିସମର ବାଣ ଗଚ୍ଛିତ ରଖି ବିକ୍ରି କରୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଣ ଦୋକାନରେ ପୋଲିସ ଟିମ୍ ଚଢଉ କରିଥିଲା । ଚଢ଼ଉ ବେଳେ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ କରାଯିବା ସହ ଥାନା କେସ ନମ୍ବର୍ ୪୦୬/୨୦,୪୦୭/୨୦ ରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି । ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବାଣ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରିବା ସହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ ମଧ୍ୟ ରାଜ୍ୟ ସରକାର ନିଷିଧ ଘୋଷଣା କରିଛନ୍ତି । ଏହାକୁ ଅବମାନନା କଲେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜବତ ହୋଇଥିବା ସମସ୍ତ ବାଣର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା ହୋଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ କରିଛନ୍ତି ।
ଚଢଉ ବେଳେ ଏସଆଇ ବାସୁଦେବ ଭୋଇ, ହାବିଲଦାର ପ୍ରମୋଦ ଗନ୍ତାୟତ, ବସନ୍ତ ଉପାଧ୍ୟାୟ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ୍ ଥିଲେ ।