ସେ ବୀରମିତ୍ରପୁର, ରାଜଗାଙ୍ଗପୁର ଦେଇ କୁତ୍ରା ଠାରେ ଆଜି ପୂର୍ବାହ୍ନ ୧୦ଟା ମଧ୍ୟରେ ପହଂଚିବା ପରେ ସେଠାରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ କୁତ୍ରା ବିଡ଼ିଓ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରିୟ ପ୍ରଶାସନିକ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଶାସନ ପକ୍ଷରୁ ତାଙ୍କୁ ବିଭିନ୍ନ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା ନିମନ୍ତେ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆଯାଇଥିଲା । ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ନିଜ ଜନ୍ମମାଟି କଟଙ୍ଗ ଗ୍ରାମରେ ପହଂଚା ଯାଇଥିଲା । ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ସ୍ୱାଗତ କରିଥିବା ଜଣାପଡିଛି । ଦୀର୍ଘ ବର୍ଷ ପରେ ନିଜର ଅତି ଆପଣାର ଲୋକକୁ ଏତେ ନିକଟରେ ଦେଖିବା ପରେ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡିଥିଲେ ।
ଅନ୍ୟପକ୍ଷରେ ତାଙ୍କୁ ଦେଖିବା ପାଇଁ ଜିଲ୍ଲାର ସାଧାରଣଜନତାଙ୍କ ମନରେ ପ୍ରବଳ ଉତ୍ସୁକତା ପରିଲକ୍ଷିତ ହୋଇଥିଲା । ବିଭିନ୍ନ ସ୍ଥାନରେ ଲୋକେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ହାତ ହଲାଇ ବିର୍ଜୁଙ୍କୁ ସ୍ୱାଗତ କରିଥିଲେ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସେ ପାକିସ୍ତାନ ଯାଇଥିଲେ । ଏବଂ ସେଠାରେ ତାଙ୍କର ବନ୍ଦୀ ଜୀବନ କିପରି କଟିଥିଲା ସେନେଇ ଗଣମାଧ୍ୟମ ସମ୍ମୁଖରେ କିଛି ତଥ୍ୟ ରଖିନାହାଁନ୍ତି ବିର୍ଜୁ । ଗଣମାଧ୍ୟମର ସମସ୍ତ ପ୍ରଶ୍ନର ଉତର ସେ କେବଳ ହଁ, ନାରେ ଦେଉଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଥାଉ କି, ଗତ ଅକ୍ଟୋବର ୨୬ ତାରିଖରେ ବିର୍ଜୁଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିଥିଲା ।