
ଢ଼େଙ୍କାନାଳ– ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ଖରଖରି ଗ୍ରାମରୁ ଗତକାଲି ଠାରୁ ନିଖୋଜ ଥିବା ୪ ବର୍ଷିୟା ଶିଶୁକନ୍ୟାର କ୍ଷତବିକ୍ଷତ ମୃତଦେହ ଆଜି ଗାଁ ନିକଟ ନାଳ ମଧ୍ୟରୁ ଉଦ୍ଧାର ହୋଇଛି । ଗାଁ ନିକଟ ମାଗାମ୍ଭୁର ନାଳ ମଧ୍ୟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଶିଶୁକନ୍ୟାର ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । ଖବର ପାଇ କଙ୍କଡ଼ାହାଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ପୋଲିସ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି ।
ଅନ୍ୟପକ୍ଷରେ ସମ୍ପୃକ୍ତ ଶିଶୁକନ୍ୟାକୁ ଅପହରଣ ପରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।