ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାର ୩ ଜଣ, ଖୋର୍ଧା ଓ କଟକ ଜିଲ୍ଲାରେ ୨-୨ ଜଣ ଅଛନ୍ତି । ସେହିପରି ଅନୁଗୁଳ. କନ୍ଧମାଳ, କୋରାପୁଟ, ପୁରୀ, ସମ୍ବଲପୁର ଜିଲ୍ଲାର ଜଣେ ଜଣେ ଅଛନ୍ତି ।
ଅନୁଗୁଳ ଜିଲ୍ଲାର ଜଣେ ୫୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ୪୮ ଓ ୫୭ ବର୍ଷୀୟ ଦୁଇ ଜଣ ପୁରୁଷ ମୃତ୍ୟୁବରଣ କରିଛନ୍ତି । ଢେଙ୍କାନାଳ ଜିଲ୍ଲାର ଜଣେ ୬୯ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । କନ୍ଧମାଳ ଜିଲ୍ଲାର ୪୬ ବର୍ଷୀୟ ପୁରୁଷ ତଥା କୋରାପୁଟ ଜିଲ୍ଲାର ଜଣେ ୬୦ ବର୍ଷୀୟ ମହିଳା କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ପୁରୀ ଜିଲ୍ଲାର ଜଣେ ୪୫ ବର୍ଷୀୟ ପୁରୁଷ, ସମ୍ବଲପୁର ଜିଲ୍ଲାର ୬୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲ୍ଲାର ୫୫ ଓ ୫୧ ବର୍ଷୀୟ ପୁରୁଷ ତଥା ଜଣେ ୫୨ ବର୍ଷୀୟା ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।