-
ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଡିଜିଟାଲ୍ ଶିକ୍ଷାଦାନ ସଂପର୍କରେ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ
ସଂପ୍ରତି ହ୍ୱାଟସ୍ଆପ୍ ମାଧ୍ୟମରେ ଓଡ଼ିଶା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଦୀକ୍ଷାଆପ୍, ମଧୁଆପ୍ ଜରିଆରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ, ପାଠ୍ୟ ଭିଡିଓ ଦେଖି ପାରୁଛନ୍ତି । ଦୂରଦର୍ଶନ ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଦୈନିକ ୩ ଘଂଟା ଶିକ୍ଷାଦାନ ଚାଲୁ ରହିଥିବାବେଳେ ଅନ୍ୟ ଶ୍ରେଣୀର ଶିକ୍ଷାଦାନ ପାଇଁ ପ୍ରୟାସ ଜାରି ରହିଛି । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ରେଡିଓ-ପାଠଶାଳା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଭିନ୍ନକ୍ଷମ ପିଲାଙ୍କ ପାଇଁ
କମ୍ୟୁନିଟି ରେଡିଓ ମାଧ୍ୟମ ପରି ରେଡିଓ-ସୁରଭି କାର୍ଯ୍ୟକ୍ରମ କରାଯାଉଛି । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ସମେତ ସମସ୍ତ ଆଦର୍ଶ ବିଦ୍ୟାଳୟ ଓ ୧୦୧ଟି ଉତ୍କର୍ଷ ବିଦ୍ୟାଳୟରେ ଅନ୍ଲାଇନ୍ ଶିକ୍ଷାଦାନ ଚାଲୁରହିଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ପରାମର୍ଶ କ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏହି ଅନ୍ଲାଇନ୍ ଶିକ୍ଷାଦାନ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ଟାଟା କନ୍ସଲ୍ଟାନ୍ସି ଲିମିଟେଡ୍ ତରଫରୁ ଟି.ସି.ଏସ୍, ଆଇ ଓ ଏନ୍ ଡିଜିଟାଲ୍ ଗ୍ଲାସ୍ରୁମ୍ କାର୍ଯ୍ୟକ୍ରମ ରାଜ୍ୟର ୧୦୧ଟି ଉତ୍କର୍ଷ ବିଦ୍ୟାଳୟ ଓ ୨୧୪ଟି ଓଡ଼ିଶା ଆଦ ର୍ଶ ବିଦ୍ୟାଳ ୟରେ ଆର ମ୍ଭ କରିବାକୁ ସ୍ଥିର କରିଛି । ଏହା ଟାଟା କନ୍ସଲ୍ଟାନ୍ସି ଲିମିଟେଡ୍ର ସିଏସ୍ଆର୍ ତରଫରୁ ବିନାମୂଲ୍ୟରେ କରାଯିବ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ନିଜର ପାଠ୍ୟ ବିଷୟ, ଭିଡିଓ, କାର୍ଯ୍ୟ-ଫରଦ, ଗୃହପାଠ୍ୟ, ଡିବେଟ୍, କୁଇଜ୍ ସର୍ବେକ୍ଷଣ ଆଜି ବିଭିନ୍ନ ଶିକ୍ଷଣ କାର୍ଯ୍ୟକରିପାରିବେ ।
ଏହି ଶିକ୍ଷଣ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ବିନାମୂଲ୍ୟରେ ଟିସିଏସ୍ ଦ୍ୱାରା ତାଲିମ ଦିଆଯିବ, ଯାହାଦ୍ୱାରା କି ସେମାନେ ବିଭିନ୍ନ ପ୍ରକାରର ଡିଜିଟାଲ୍ ଶିକ୍ଷକତା ପ୍ଲାଟ୍ଫର୍ମ ଓ ଶିକ୍ଷାବିଜ୍ଞାନ ବିଷୟରେ ଧାରଣା ପାଇପାରିବେ ।
ଏହି ତାଲିମ ଶିକ୍ଷକ ଶକ୍ଷିୟିତ୍ରୀମାନେ ନିଜ ସମୟ ସୁବିଧା ଅନୁସାରେ ଦିନକୁ ୧/୨ ଘଂଟା ସମୟ ଦେ ଇ ଶିକ୍ଷା ଶେଷ କରିବେ । ଏହି କ୍ୟାରିଆର୍ ଏବେ ତାଲିମ ଦ୍ୱାରା ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ଅନ୍ଲାଇନ୍ ଶିକ୍ଷଣ ସଂପର୍କିତ ବିଭିନ୍ନ କୌଶଳ ଜାଣିପାରିବେ ଓ କ୍ରମାଗତ ନିଜର ଶିକ୍ଷଣ ଦକ୍ଷତାକୁ ବୃଦ୍ଧି କରିବା ଶିକ୍ଷାଦାନ କ୍ଷେତ୍ରରେ ସହାୟକ ହୋଇପାରିବ ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଲିଙ୍ଗରାଜ ପଣ୍ଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାର, ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ପ୍ରମୁଖ ଏହି ଭର୍ଚୁଆଲ୍ ବୈଠକରେ ଯୋଗଦେଇଥିଲେ ।