ଭୁବନେଶ୍ୱର- ଦ୍ୱୈତନଗରୀ ଭୁବନେଶ୍ୱର ଏବଂ କଟକରେ ମହାସପ୍ତମୀ ଓ ମହା ଅଷ୍ଟମୀ ପୂଜା ପାଇଁ ଚଳଚଂଚଳ ହୋଇଉଠିଛି । ଗ୍ରାମାଂଚଳରୁ ଲୋକମାନେ ଏହି ପୂଜା ଦେଖିବା ପାଇଁ ଭିଡ଼ ବଢ଼ିବାରେ ଲାଗିଛି । ପୂଜା ପେଣ୍ଡାଲମାନଙ୍କରେ ମହାସପ୍ତମୀ ପୂଜା ହେଉଥିଲା ବେଳେ ପୀଠମାନଙ୍କରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ମନ୍ତ୍ରଧ୍ୱନୀ, ଚଣ୍ଡୀ ପାଠ, ବେଦ ପାଠରେ ପୂଜା ମଣ୍ଡପଗୁଡ଼ିକ ପ୍ରକମ୍ପିତ ହେଉଛି । ସନ୍ଧ୍ୟା ଆଳତୀ ଦେଖିବା ପାଇଁ ପୂଜାମଣ୍ଡପମାନଙ୍କରେ ପ୍ରବଳ ଭୀଡ଼ ପରିଲକ୍ଷିତ ହେଉଛି । ଟ୍ରାଫିକ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂଜା ମଣ୍ଡପମାନଙ୍କରେ ଦିନ ଅପେକ୍ଷା ରାତିରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି । ମଣ୍ଡପମାନଙ୍କରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଦାଣ୍ଡିଆ ଏବଂ ଗରବା ନୃତ୍ୟର ଆୟୋଜନ କରାଯାଇଛି । ସେହିସବୁ ସ୍ଥାନମାନଙ୍କରେ ମଧ୍ୟ ପ୍ରବଳ ଭୀଡ଼ ହେଉଛି । ପୂଜାମଣ୍ଡପ ପାଖରେ ମୀନା ବଜାର ପଡ଼ି କିଣାବିକା ହେଉଛି ।
Related Stories
November 23, 2024