ଦିଲ୍ଲୀ– ଦିଲ୍ଲୀରେ ଗତ ୨୪ ଘଂଟାରେ ୭,୦୫୩ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୦୪ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪,୬୭,୦୨୮ ହୋଇ ଯାଇଛି । ବର୍ତମାନ ସୁ୍ଦ୍ଧା ଏଠାରେ ୭,୩୩୨ ଜଣଙ୍କର ମୃତ୍ୟୁ ଘଟିଛିା
ଆସାମରେ କରୋନାର ୨୦୨ ନୂଆ ମାମଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ ୨୦୨ ନୂଆ କରୋନାର ମାମଲା ସାମନାକୁ ଆସିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨,୦୮,୭୮୯ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।