
ଭୁବନେଶ୍ୱର – ଦେଶର ଆର୍ôଥକ ଅବସ୍ଥା ମାନ୍ଦା ରହିଥିଲେ ହେଁ ଏହାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଏବଂ ଆରବିଆଇ ପଦକ୍ଷେପ ନିଆଯାଉଛି ବୋଲି ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ପ୍ରକାଶ କରିଛନ୍ତି ।ଜୟଦେବ ଭବନ ଠାରେ ଅନୁଷ୍ଠିତ ପ୍ରାଣନାଥ ସ୍ମୃତିସଭାରେ ଉଦ୍ବୋଧନ ଦେଇ ସେ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବର୍ତମାନ ମାନ୍ଦାବସ୍ଥାର ପ୍ରଭାବ ରହିଛି । ଖୁବଶୀଘ୍ର ଏଥିରେ ସୁଧାର ଅଣାଯିବ । ଦେଶରେ ଅଭିବୃଦ୍ଧି ହାର ହ୍ରାସ ପାଇଛି । ତେବେ ମୁଦ୍ରାସ୍ପିତି ନିୟନ୍ତ୍ରଣରେ ରହିଛି ଏବଂ ଅର୍ଥନୀତି ସମୃଦ୍ଧ ରହିଛି । ବର୍ତମାନ ଦେଶରେ ୪୩୪.୬ ବିଲିୟନ ଡଲାର ବୈଦେଶୀକ ମୁଦ୍ରା ଦେଶରେ ରହିଛି ବୋଲି ସେ କହିଥିଲେ ।