
ରାଉରକେଲା– ସୁନ୍ଦରଗଡ଼ ପୋଲିସ ଜିଲ୍ଲାରୁ ଅପହୃତ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଘରକୁ ଫେରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ରହସ୍ୟଜନକ ଭାବେ ଘରକୁ ଫେରିଥିବା ସୂଚନା ମିଳିଛି । ଗତ ଶନିବାର ଦିନ ବ୍ୟବସାୟୀ ପ୍ରଦୀପଙ୍କୁ ଅପହରଣ କରାଯାଇଥିଲା । ବୀରମିତ୍ରପୁର ବିଜାବାହାଲ ନିକଟରୁ ତାଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ ମାନେ । ରାସ୍ତାରୁ ମିଳିଥିବା କାର୍ ନିକଟରୁ କିଛି ବ୍ୟବହୃତ ସିରିଞ୍ଜ୍ କୁ ପୂର୍ବରୁ ପୋଲିସ ଜବତ କରିଥିଲା । ବ୍ୟବସାୟୀଙ୍କ ନିଖୋଜ ସଂକ୍ରାନ୍ତରେ ପରିବାର ଲୋକଙ୍କ ପକ୍ଷରୁ ବୀରମିତ୍ରପୁର ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତି କରି ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଜାରୀ ରଖିଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ବୀରମିତ୍ରପୁର ଅଂଚଳ ବିହାର-ଝାଡ଼ଖଣ୍ଡ ସୀମାନ୍ତରେ ଅବସ୍ଥିତ । ସମ୍ପୃକ୍ତ ଅଂଚଳରେ ମାଓବାଦୀଙ୍କ ଗତିବିଧି ସହିତ ଲାଲ୍ ବାଦଶାହା ମାନଙ୍କ ସଂଗଠନ ମଧ୍ୟ ସକ୍ରିୟ ରହିଛି । ଅନେକ ସମୟରେ ଏପରି ଅପହରଣ ଘଟଣା ପୋଲିସରେ ରିପୋର୍ଟ ହେଉଥିବାର ନଜିର୍ ରହିଛି ।