-
2024-25 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଭିଜିଏଫ୍ ସ୍କିମ୍ ଅବ୍ୟାହତ ରହିବ
ଏହି ଯେଉଁ ପୁନର୍ଗଠିତ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ନିମ୍ନଲିଖିତ ଉପଯୋଜନା ପାଇଁ ଉଦ୍ଦିଷ୍ଟ । ଏହା ମୁଖ୍ୟତଃ ସାମାଜିକ ଭିତ୍ତିଭୂମିରେ ଘରୋଇ ସହଯୋଗ ପାଇଁ ଉଦ୍ଦିଷ୍ଟ ।
(କ) ଉପଯୋଜନା-1
ଏହି ଉପଯୋଜନା ବର୍ଜ୍ୟଜଳର ବିଶୋଧନ, ଜଳଯୋଗାଣ, କଠିନ ବର୍ଜ୍ୟ ପରିଚାଳନା ତଥା ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି କ୍ଷେତ୍ର ପାଇଁ ଉଦ୍ଦିଷ୍ଟ । ଏହି କ୍ଷେତ୍ର ପାଇଁ ବ୍ୟାଙ୍କରୁ ଋଣ ପାଇବା କଷ୍ଟସାଧ୍ୟ ହେଉଥିବାବେଳେ ଏଥିରୁ ରାଜସ୍ୱ ଆଦାୟର ସମ୍ଭାବନା ସ୍ୱଳ୍ପ । ତେଣୁ ଏ କ୍ଷେତ୍ରରେ ଯେତିକି ଅର୍ଥ ବ୍ୟୟ କରାଯାଉଛି ତାହାକୁ ଉଠାଇବା ସହଜ ନୁହେଁ । ତେଣୁ ଏହି ଯୋଜନାର ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡିକର ଖର୍ଚ୍ଚର ଶତପ୍ରତିଶତ କାର୍ଯ୍ୟକାରୀ ଅର୍ଥ ଆଦାୟ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏଭଳି ପ୍ରକଳ୍ପ ଖର୍ଚ୍ଚ ପାଇଁ କେନ୍ଦ୍ର ସରକାର ସର୍ବାଧିକ 30 ଶତାଂଶ ଅର୍ଥ ଭାୟାବିଲିଟି ଗ୍ୟାପ୍ ଫଣ୍ଡ ବା ଭିଜିଏଫ୍ ଆକାରରେ ଯୋଗାଇଦେବେ । ଅବଶିଷ୍ଟ ଅର୍ଥ ମଧ୍ୟରୁ ସଂପୃକ୍ତ ରାଜ୍ୟ ସରକାର/ଏହାର ପ୍ରାୟୋଜକ ମନ୍ତ୍ରଣାଳୟ/ବୈଧାନିକ ସଂସ୍ଥା ଅତିରିକ୍ତ 30 ଶତାଂଶ ଅର୍ଥ ସହାୟତା ଆକାରରେ ଯୋଗାଇବେ ।
(ଖ) ଉପଯୋଜନା-2
ସାମାଜିକ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ପାଇଁ ଏହି ଊପଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସ୍ୱାସ୍ଥ୍ୟଠାରୁ ଶିକ୍ଷା ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ପ୍ରକଳ୍ପ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହାର କାର୍ଯ୍ୟକାରୀ ଖର୍ଚ୍ଚ ମଧ୍ୟରୁ 50 ଶତାଂଶ ଯେପରି ଆଦାୟ ହୁଏ, ତା ଉପରେ ଗୁରୁତ୍ୱ ରହିବ । ଏଭଳି ପ୍ରକଳ୍ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତଭାବେ 80 ଶତାଂଶ ନିର୍ମାଣଜନିତ ଖର୍ଚ୍ଚ ବହନ କରିବେ । ଏହାଛଡା ପ୍ରଥମ 5 ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଭରଣା କରାଯିବ । ମୋଟ ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ 40 ଶତାଂଶ ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦେବେ । ଏହାଛଡା କେନ୍ଦ୍ର ସରକାର ପରିଚାଳନା ଖର୍ଚ୍ଚ ପାଇଁ 5 ବର୍ଷ ନିମନ୍ତେ ସଂପୃକ୍ତ ପ୍ରକଳ୍ପର ବ୍ୟାବସାୟିକ କାର୍ଯ୍ୟାରମ୍ଭ ଦିନରୁ ସର୍ବାଧିକ 25 ଶତାଂଶ ଅର୍ଥ ଯୋଗାଇ ଦେଇପାରନ୍ତି ।
ଏହି ଯୋଜନାର ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତ 64ଟି ପ୍ରକଳ୍ପକୁ ଚୂଡାନ୍ତ ଅନୁମୋଦନ କରାଯାଇଛି । ଏହିସବୁ ପ୍ରକଳ୍ପର ମୋଟ ନିର୍ମାଣ ବ୍ୟୟ 34,228 କୋଟି ଟଙ୍କା ହୋଇଥିବାବେଳେ ଏହାର ଭିଜିଏଫ୍ ଅର୍ଥ ପରିମାଣ 5,369 କୋଟି ଟଙ୍କା । 2019-20 ଆର୍ଥିକ ବର୍ଷର ଶେଷ ସୁଦ୍ଧା କେନ୍ଦ୍ର ସରକାର ଭିଜିଏଫ୍ ବାବଦରେ 4,375 କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି ।