ଗଞ୍ଜାମ – ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ଉ ବେଳେ ମୁହାଁମୁହିଁ ହୋଇଛନ୍ତି ଜୁଆଡ଼ି ଓ ପୋଲିସ । ଫଳରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାରେ ବ୍ରହ୍ମପୁର ସଦର ଥାନା ପୋଲିସ ୧୧ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଦୀର୍ଘ ଦିନ ହେଲା ସଦର ଥାନା ଲୋଚାପଡ଼ା ଗ୍ରାମ ଅନ୍ତର୍ଗତ ଖଞ୍ଜି ପଡିଆ ସାହିରେ ଜୁଆ ଆଡ୍ଡା ଚାଲିଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ସଦର ପୋଲିସ ସଦଳବଳେ ସେଠାରେ ଚଢ଼ଉ କରିଥିଲା । ପୋଲିସର ଏହି ଅତର୍କିତ ଚଢ଼ଉ ବେଳେ ଜୁଆଡ଼ି ମାନେ ସଂଘବଦ୍ଧ ଭାବେ ପୋଲିସ ପାର୍ଟି ଉପରେ ଆକ୍ରମଣ କରିବା ସହ ପୋଲିସ ଗାଡିକୁ ଭଙ୍ଗାରୁଜା କରିଥିଲେ । ଜୁଆଡ଼ିଙ୍କ ଏହି ଆକ୍ରମଣରେ ପୋଲିସ ଏଏସଆଇ ବିଭୂତି ସେଠୀ ଓ ଗୃହରକ୍ଷୀ ଆଶିଷ କାର୍ଜୀ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କ ଚିକିତ୍ସା ବ୍ରହ୍ମପୁର ବଡ ମେଡିକାଲରେ କରାଯାଇଛି । ଘଟଣାରେ ପୋଲିସ ଖଞ୍ଜି ପଡିଆ ସାହିର ମହେନ୍ଦ୍ର ସାହୁ (୨୪), ଗଣେଷ ସାହୁ (୩୫), ମହେଶ ସାହୁ (୧୮), ବୃନ୍ଦାବନ ବେହେରା (୩୪), ଦୀପକ ସାହୁ (୨୫), ମନୋଜ କୁମାର ସାହୁ (୩୬), ଶ୍ରୀହରି ପାତ୍ର (୨୬), ହୀନ ସାହୁ (୨୫), ମୁରଲିଧର ସାହୁ (୩୦) ଏବଂ ଲୋଚାପଡା ହନୁମାନ ମନ୍ଦିର ସାହିର କୁନା ସେଠୀ (୨୧) ଓ ବ୍ରହ୍ମପୁର ସଦର ଥାନା ଜି.ଜଗନ୍ନାଥ ପୁର ଗ୍ରାମ ପଲ୍ଲୀଗାଁର ସନ୍ତୋଷ ପ୍ରଧାନ (୨୭)ଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ମୋଟ୍ ୮ ହଜାର ୭୭୦ ଟଙ୍କା ନଗଦ, ୫ଟି ଠେଙ୍ଗା, ୭ଟି ମୋବାଇଲ ଏବଂ ଅନ୍ୟାନ୍ୟ ଜୁଆଖେଳ ସାମଗ୍ରୀ ଜବତ ହୋଇଛି । ସଦର ଥାନା ପୋଲିସ ଏ ସଂକ୍ରାନ୍ତରେ ୨୬୧/୧୯ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲଣ କରିଥିବା ନେଇ ଥାନା ଆଇଆଇସି ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।
Related Stories
November 24, 2024