ଭୁବନେଶ୍ୱର – ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପଦଯାତ୍ରା ଅବଧିକୁ ବୃଦ୍ଧି କରିଛନ୍ତି । ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରାର ଅବଧିକୁ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କ ଅନୁରୋଧ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି ।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ୧୧ତାରିଖ ପର୍ଯ୍ୟନ୍ତ •ଲିବା ନିମନ୍ତେ ନିଷ୍ପତିି ହୋଇଥିଲା । କିନ୍ତୁ ଏହି ଅବଧି ମଧ୍ୟରେ ଦୁର୍ଗାପୂଜା ପଡ଼ିବା ସହ ଅକ୍ଟୋବର ୧୯ତାରିଖ ପର୍ଯ୍ୟନ୍ତ ବିଜେପୁର ଉପର୍ନିବାଚନର ପ୍ର•ର କାର୍ଯ୍ୟରେ ଦଳର ୫୦ରୁ ଅଧିକ ବିଧାୟକ ଓ ବରିÂ ନେତା ବ୍ୟସ୍ତ ରହୁଥିବା କାରଣରୁ ି ସେମାନେ ନିଜ ଅଂଚଳରେ ଜନସମ୍ପର୍କ ପଦଯାତ୍ରା କରିବାରେ ସମସ୍ୟା ଦେଖାଦେଇଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ବିଜେଡି ନିଜର ପଦଯାତ୍ରା କାର୍ଯ୍ୟକ୍ରମର ଅବଧିକୁ ବୃଦ୍ଧି କରିଛି ।
ସେହିପରି ଦଳର ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ •ଲିବାର କାର୍ଯ୍ୟକ୍ରମ ରହିଛି ।
Related Stories
November 24, 2024