ଆଜି ଚିହ୍ନଟ ହୋଇଥିବା ୯୮୭ ଜଣଙ୍କ ମଧ୍ୟରୁ ୫୭୨ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୧୫ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାରେ ୧୦୭ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୮୬ , ବାଲେଶ୍ୱର ଜିଲ୍ଲାରେ ୨୫ ଜଣ, ବରଗଡ ଜିଲ୍ଲାରେ ୩୧ , ଭଦ୍ରକ ଜିଲ୍ଲାରେ ୪, ବଲାଙ୍ଗିର ଜିଲ୍ଲାରେ ୪୩, ବୌଦ୍ଧ ଜିଲ୍ଲାରେ ୭ ,କଟକ ଜିଲ୍ଲାରେ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୨, ଢେଙ୍କାନାଳ ଜିଲ୍ଲାରେ ୨୨, ଗଂଜାମ ଜିଲ୍ଲାରେ ୯, ଜଗତସିଂହପୁର ଜିଲ୍ଲାରେ ୪୫, ଯାଜପୁର ଜିଲ୍ଲାରେ ୨୭ . ଝାରସୁଗୁଡା ଜିଲ୍ଲାରେ ୩୪, କଳାହାଣ୍ଡି ଜିଲ୍ଲାରେ ୨୩, କନ୍ଧମାଳ ଜିଲ୍ଲାରେ ୮, କେନ୍ଦ୍ରାପଡା ଜିଲ୍ଲାରେ ୬୦ , କେନ୍ଦୁଝର ଜିଲ୍ଲାରେ ୩୦, ଖୋର୍ଧା ଜିଲ୍ଲାରେ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୭ ଜଣ, ମାଲକାନଗିରି ଜିଲ୍ଲାରେ ୪ ମୟୁରଭଂଜ ଜିଲ୍ଲାରେ ୮୪, ନବରଙ୍ଗପୁୁରରେ ୨୨, ନୟାଗଡ ଜିଲ୍ଲାରେ ୧୧, ନୂଆପଡା ଜିଲ୍ଲାରେ ୪୧, ପୁରୀ ଜିଲ୍ଲାରେ ୨୯, ରାୟଗଡା ଜିଲ୍ଲାରେ ୧୧, ସମ୍ବଲପୁର ଜିଲ୍ଲାରେ ୧୭ ,ସୋନପୁର ଜିଲ୍ଲାରେ ୯ ତଥା ସୁନ୍ଦରଗଡ ଜିଲ୍ଲାରେ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପୁଲରେ ୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।