କୈଳାଶ ଚନ୍ଦ୍ର ପଣ୍ଡା,କଟକ ,କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ଶ୍ରୀ ଶ୍ରୀ ମଦନ ମୋହନ ଦେବ ଙ୍କ ପ୍ରାଙ୍ଗଣରେ ସାତଦିନ(୩ ନଭେମ୍ବର ରୁ ୯ ନଭେମ୍ବର ) ଧରି ଚାଲିଥିବା ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ର ଉଦଯାପନୀ ଉତ୍ସବ ଆଜି ସମ୍ପୂର୍ଣ୍ଣ ହୋଇଛି | ପ୍ରବଚକ ଏକାଦଶ ଅଧ୍ୟାୟ ପ୍ରବଚନ ମାଧ୍ୟମରେ ବ୍ୟାଖ୍ୟା କରିଥିଲେ କଥାବ୍ୟାସ ପଣ୍ଡିତ ରାମ ନିରଞ୍ଜନ ଦାସ ମହାରାଜ |ଏହି ପ୍ରବଚନ ମାଧ୍ୟମରେ ସେ କୃଷ୍ଣ ରୁକ୍ମିଣୀ ବିବାହ, ସତ୍ୟଭାମା ବିବାହ, ସୁଦାମା ଙ୍କ କୃଷ୍ଣଙ୍କ ସହିତ ଭେଟ, ଭଗବାନଙ୍କ ଗୃହସ୍ଥ ଲୀଳା ଦର୍ଶନ ପାଇଁ ନାରଦଙ୍କ ଆଗମନ, ଯଦୁଵଂଶ କୁ ବ୍ରାହ୍ମଣ ଙ୍କ ଅଭିଶାପ ପ୍ରମୁଖ ବିଷୟରେ ବୁଝାଇ ଥିଲେ |ଆଜି ଉଦଯାପନୀ ଉତ୍ସବ ଅବସରରେ ବିଶ୍ୱର କଲ୍ୟାଣ, କରୋନା ମହାମାରୀ ରୁ ରକ୍ଷା, ଗୋମାତାଙ୍କ ରକ୍ଷା ଓ ଗ୍ରାମବାସୀ ମାନଙ୍କ କଲ୍ୟାଣ ନିମନ୍ତେ ଯଜ୍ଞ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା,ଡାକ୍ତର ସୁନୀଲ କୁମାର ମାନ୍ଧାତା , ବିଶ୍ୱଜିତ ମହାପାତ୍ର, ପଣ୍ଡିତ ଗୋପାଳ କୃଷ୍ଣ ଦାସଜୀ ମହାରାଜ,ଗୋବିନ୍ଦପୁର ମଠର ପିତାମ୍ବର ଦାସଜୀ ମହାରାଜ, ପରାୟଣ ବ୍ୟାସ ଶ୍ରୀ ପିତାମ୍ବର ଶୁକ୍ଲା, ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପୂଜକ ରାମଚନ୍ଦ୍ର ପଣ୍ଡା,ଶିକ୍ଷକ ତପନ କୁମାର ପଣ୍ଡା (କରଡ଼ାପଲ୍ଲୀ ), ଶିକ୍ଷକ ସୀତାକାନ୍ତ ପାଣିଗ୍ରାହୀ, କଣ୍ଠଶିଳ୍ପୀ ଦିଲ୍ଲୀପ ପାଣିଗ୍ରାହୀ,ବୁଦ୍ଧେଶ୍ୱର ପଣ୍ଡା,ଶିକ୍ଷକ ଓ ଚିତ୍ରକାର ଶ୍ରୀକାନ୍ତ ପାଣିଗ୍ରାହୀ ସମାଜସେବୀ ଜୟପ୍ରକାଶ ମିଶ୍ର, ହରିବନ୍ଧୁ ପଣ୍ଡା, ଜଗନ୍ନାଥ ପଣ୍ଡା,ସଂକୀର୍ତନ ଗାୟକ ନରୋତ୍ତମ ପଣ୍ଡା,ବୈଦିକ ବ୍ରାହ୍ମଣ ଲଛମନ ପଣ୍ଡା, ପାଲା ଗାୟକ ବିଜୟ ଦାସ , ସହଯୋଗୀ କଣ୍ଠଶିଳ୍ପୀ ଯଦୁମଣି ରଣା, ଶିକ୍ଷକ ବିଜୟ ମହାନ୍ତି, ଶିକ୍ଷକ,ଗୁରୁବାରୀ ପଣ୍ଡା,ଶୁଭ୍ରାଂଶୁ ଶେଖର ପଣ୍ଡା,ଶରତ କୁମାର ଦାସ, ପ୍ରଶାନ୍ତ କୁମାର ମହାନ୍ତି ଓ ବରପୁଟ ଗ୍ରାମର ଭାଗବତ ପ୍ରେମୀମାନେ ଉପସ୍ଥିତ ଥିଲେ |
କରୋନା ନିୟମକୁ ପାଳନ କରିବା ସହିତ ସାମାଜିକ ଦୂରତ୍ୱ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |