
ସଂଘର ଅଭିଯୋଗ ଅନୁଯାୟୀ, ସେସୁ ବିକ୍ରି ପରେ ଟି.ପି. ସି. ଓ. ଡି. ଏଲ ଦାୟିତ୍ବ ନେବାପରେ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ସମସ୍ୟା ସମାଧାନ କରାଯିବ ବୋଲି ପୁରୀ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ 19 ଜଣ ଛଟେଇ କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ
ପୁନଃ ନିଯୁକ୍ତି ଦିଆଯାଇନାହିଁ । ଏପରିକି ବିଦ୍ୟୁତ ବିଲ୍ ବଣ୍ଟନ ଓ ଆଦାୟ କରୁଥିବା କର୍ମଚାରୀଙ୍କୁ ଓଡିଶା ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଦିଆଯାଉନାହିଁ । ଫନି ବାତ୍ୟା ଟଙ୍କା ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ । ତେଣୁ ଏହାର ପ୍ରତିବାଦରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦାବି ପୂରଣ
ନହେଲେ ଆସନ୍ତାକାଲି ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ସଂଘର ସାଧାରଣ ସମ୍ପାଦକ ନୃସିଂହ ଚରଣ ଦାସ ଚେତାବନୀ ଦେଇଛନ୍ତି ।