

କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଦ୍ୱାରା ଆଜି ଆଇନ ସେବା ଦିବସ ପାଳନ ଅବସରରେ ଏକ ଅନଲାଇନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାକୁ ଜିଲ୍ଲା ଦୌରା ଜଜ ଏବଂ ପ୍ରାଧିକାରଣ ର ଅଧ୍ୟକ୍ଷ ଶ୍ରୀ ବିଦ୍ୟୁତ କୁମାର ମିଶ୍ର ଉଦଘାଟନ କରିଥିଲେ। ଆଇନ ସେବା ପ୍ରାଧିକରଣ ଅଧିନିୟମ 1987 ରେ ଥିବା ବିଭିନ୍ନ ବିଧି ବ୍ୟବସ୍ତା ଆଲୋଚିତ ହୋଇଥିଲା।ପ୍ରାଧିକରଣ ସଚିବ ଶ୍ରୀ ଅମରେଶ ମହାପାତ୍ର ସଭାରେ ଯୋଗ ଦେଇ ବିଭିନ୍ନ ବର୍ଗ ର ଲୋକ ମାନଙ୍କ ପାଇଁ ଥିବା ଆଇନ ସେବା ବିଷୟରେ ବୁଝାଇଥିଲେ।ସର୍ବୋପରି ନ୍ୟାୟ ସଂଯୋଗ ପ୍ରକ୍ରିୟା ଦ୍ୱାରା ସରକାରଙ୍କ ବିଭିନ୍ନ ଜନ ହିତକାରୀ ସେବା ରୁ ବଞ୍ଚିତ ଲୋକମାନଙ୍କୁ ତୁରନ୍ତ ନ୍ୟାୟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥାଏ ବୋଲି ସଚିବ ଶ୍ରୀ ମହାପାତ୍ର କହିଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ରେ ପ୍ରାଧିକରଣ ର କର୍ମଚାରୀ ସହଯୋଗ କରିଥିଲେ।