
ସୁନ୍ଦରଗଡ଼– ଘରକୁ ଫେରିବେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜଙ୍ଗରପଡ଼ା ଗ୍ରାମର ବିରଜୁ କୁଲୁ । ପାକିସ୍ତାନ ଜେଲ୍ ରେ ଦୀର୍ଘ ୨୦ ବର୍ଷ ରହିବା ପରେ ଭାରତ ଫେରିଛନ୍ତି ବିରଜୁ । ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ଟିମ୍ ଅମୃତସରରେ ପହଂଚିଥିବା ନେଇ ସୂଚନା ମିଳିଛି ।
ଅନ୍ୟପକ୍ଷରେ ବିରଜୁ ଫେରିବା ପରେ ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।