ଘଟଗାଁ – କେନ୍ଦୁଝର ଜିଲ୍ଲା ଘଟଗାଁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ କେତେକ ଶିକ୍ଷକ ଦୀର୍ଘ ମାସ ଧରି ଦରମା ପାଇନଥିବାର ଅଭିଯୋଗ ହୋଇଛି । ପ୍ରକାଶ ଯେ, ବ୍ଲକ ଲେଭଲ୍(ଏକ୍ସ କ୍ୟାଡର) ଶିକ୍ଷକମାନେ ୩ ମାସ ହେବ ଦରମା ପାଇନଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଗତ ଅପ୍ରେଲ୍ ଓ ମଇ ମାସରେ ଏକ୍ସ କ୍ୟାଡର ଶିକ୍ଷକମାନଙ୍କର ଦୁଇ ମାସର ଦରମା ଇଂକ୍ରିମେଣ୍ଟ ସହ ଆସିଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ଶିକ୍ଷକଙ୍କ ଇଂକ୍ରିମେଣ୍ଟକୁ ଦରମା ଅାକାରରେ ଦିଆଗଲା । କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ ମଧ୍ୟରୁ ୧୨ଟି ବ୍ଲକରେ ଶିକ୍ଷକଙ୍କୁ ଇଂକ୍ରିମେଣ୍ଟ ଦିଆଗଲା । କିନ୍ତୁ ଘଟଗାଁ ବ୍ଳକରେ ଦିଆଗଲାନାହିଁ । କାରଣ ସର୍ଭିସ ବହିରେ ଦସ୍ତଖତ ହୋଇ ନଥିବା କୁହାଗଲା । ପରେ ସର୍ଭିସ ବହିରେ ଲେଖା ହେବାର ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଅଫିସରଙ୍କ ଦସ୍ତଖତ ହୋଇପାରୁ ନଥିବା କାର୍ଯ୍ୟାଳୟ ତରଫରୁ କୁହାଯାଇଛି । ବର୍ତ୍ତମାନ ଏକ୍ସ କ୍ୟାଡର ଶିକ୍ଷକମାନଙ୍କର ଜୁନ୍ ଜୁଲାଇ ମାସର ଦରମା ଆସି ଯାଇ ଥିଲେ ମଧ୍ୟ ଶିକ୍ଷକମାନଙ୍କୁ ଦରମା ପ୍ରଦାନରେ ବିଳମ୍ବ ଘଟୁଛି । କାରଣ ଏକ୍ସ କ୍ୟାଡରମାନଙ୍କ ଏକାଉଣ୍ଟ୍ ବିଇଓ ଏବଂ ସିଆରସିସିରେ ସଂଯୋଗ ଅଛି । ଗତ ଜୁଲାଇ ମାସରେ ସିଆରସିସି ଅବସର ଗ୍ରହଣ କରିଛନ୍ତି । ଫଳରେ ଏକାଉଣ୍ଟ୍ ବହି ଖୋଲାଯାଇ ବିଇଓ କେନ୍ଦୁଝର ଜିଲ୍ଲା ଡିପିସି ପାଖକୁ ପଠାଯାଇଥିଲେ ସୁଦ୍ଧା ସିଆରସିସି ନିଯୁକ୍ତି ହୋଇପାରିନାହିଁ କି କାହାରିକୁ ଦାୟିତ୍ବ ଦିଆଯାଇନାହିଁ । ଫଳରେ ଘଟଗାଁ ବ୍ଲକର ଏକ୍ସ କ୍ୟାଡର ଶିକ୍ଷକମାନଙ୍କର ଦରମା ପ୍ରଦାନ ହୋଇପାରୁନାହିଁ । ଏଣୁ ଜିଲ୍ଲାପାଳ ଓ ବିଭାଗର ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।
Related Stories
November 21, 2024
November 21, 2024