-
ରଦ୍ଦ ରାସନ କାର୍ଡ ବଦଳରେ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀ/ପରିବାରକୁ ନିୟମିତ ଭାବେ ନୂଆ କାର୍ଡ ପ୍ରଦାନ କରାଯାଇଛି
ଏହା ବ୍ୟତୀତ ଏନଏଫଏସଏ କଭରେଜ ସମ୍ପର୍କିତ କୋଟା ଜାରି କରାଯାଇ, ନିର୍ଦ୍ଦିଷ୍ଟ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକ ଦ୍ୱାରା ନିୟମିତ ଭାବେ ଏନଏଫଏସଏ ଅନୁଯାୟୀ ହିତାଧିକାରୀଙ୍କ ‘ଉପଯୁକ୍ତ ଚୟନ’ ପାଇଁ ବିନିଯୋଗ କରାଯାଉଛି । ଉପଯୁକ୍ତ ହିତାଧିକାରୀ/ ପରିବାରକୁ ସାମିଲ କରିବା/ସେମାନଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରିବା କାମ ଜାରି ରହିଛି । ଆଇନ ଅନୁଯାୟୀ ଏହି କାମ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଧାର୍ଯ୍ୟ କଭରେଜ ଅଧୀନରେ ହେଉଛି ।
ଏନଏଫଏସଏ ଅନ୍ତର୍ଗତ ଟିପିଡିଏସ ମାଧ୍ୟମରେ 81.35 କୋଟି ଲୋକଙ୍କୁ ଖୁବ କମ୍ ଦାମରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି । ଏହି ସଂଖ୍ୟା 2011 ଜନଗଣନା ଅନୁଯାୟୀ ଦେଶର ଜନସଂଖ୍ୟାର ଦୁଇ ତୃତୀୟାଂଶ । ଏବେ ଦେଶରେ 80 କୋଟିରୁ ଅଧିକ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ରିହାତି ଦର ଯଥା– ତିନି ଟଙ୍କା, ଦୁଇ ଟଙ୍କା ଓ ଏକ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ପ୍ରତି ମାସରେ ଏନଏଫଏସଏ ଅନ୍ତର୍ଗତ ଖାଦ୍ୟଶସ୍ୟ (ଚାଉଳ, ଗହମ ଓ ଅନ୍ୟାନ୍ୟ ଶସ୍ୟ) ପ୍ରଦାନ କରାଯାଉଛି ।