-
20,60,220 ପ୍ରତିରକ୍ଷା ବାହିନୀ ପେନସନଭୋଗୀ/ପରିବାର ପେନସନଭୋଗୀଙ୍କୁ 42740 କୋଟି ଆବଣ୍ଟନ
-
ଓଡ଼ିଶାର 28,667 ପେନସନଭୋଗୀଙ୍କୁ 137.15 କୋଟି ଟଙ୍କା ପ୍ରଦାନ
ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଦୀର୍ଘ 45 ବର୍ଷ ଧରି ଓଆରଓପିକୁ କାର୍ଯ୍ୟକାରୀ କରିବା ଲାଗି ଆନ୍ଦୋଳନ କରି ଆସୁଥିଲେ ମଧ୍ୟ 2015 ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା।
ଓଆରଓପିର ଅର୍ଥ ଅବସର ତାରିଖ ଯାହା ହେଉ ପଛେ ସମାନ ରେଙ୍କ ଏବଂ ସମାନ ଅବଧିର ସେବା ପାଇଁ ଅବସର ଗ୍ରହଣ କରୁଥିବା ସେନା କର୍ମଚାରୀମାନଙ୍କୁ ସମାନ ପେନସନ ପ୍ରଦାନ କରାଯିବ। ତେଣୁ, ବିଭିନ୍ନ ଅବଧି ଅନ୍ତରାଳରେ ବର୍ତ୍ତମାନ ଓ ପୂର୍ବରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପେନସନ ହାରରେ ରହିଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଓଆରଓପିର ଉଦ୍ଦେଶ୍ୟ।
ଓଆରଓପି ଲାଗୁ ହେବା ପରେ ଏରିଅର ଆକାରରେ 20,60,220 ପ୍ରତିରକ୍ଷା ପେନସନ/ପରିବାର ପେନସନଭୋଗୀମାନଙ୍କୁ 10795.4 କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି। ଓଆରଓପି ବାବଦ ଆବର୍ତ୍ତି ବ୍ୟୟ ପାଖାପାଖି 7123.38 କୋଟି ଟଙ୍କା ହୋଇଥିବା ବେଳେ 01.07.2014ରୁ ଆରମ୍ଭ ହୋଇଥିବା 6 ବର୍ଷ ଲାଗି ମୋଟ ଆବର୍ତ୍ତି ବ୍ୟୟ ପାଖାପାଖି 42740.28 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
ଓଆରଓପି ପେନସନଭୋଗୀମାନେ 2.57 ଗୁଣନକାରକ ହାରରେ ହିସାବ କରି ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ ପେନସନ ଲାଭ ପାଇପାରିବେ।
ଏହି ଅବଧି ମଧ୍ୟରେ ଓଡ଼ିଶା 28,667 ଜଣ ପେନସନଭୋଗୀଙ୍କୁ 137,15 କୋଟି ଟଙ୍କା ପ୍ରଦାନ କରାଯାଇଛି।