
ଜଗନ୍ନାଥପ୍ରସାଦ ବ୍ଳକ ପାଟରାପଲ୍ଲି ଗ୍ରାମର ମହେନ୍ଦ୍ର ସାହୁ । ବେଲଗୁଣ୍ଠା ର ତତ୍କାଳୀନ ଋଷିକୂଲ୍ୟା ଗ୍ରାମ୍ୟବ୍ୟାଙ୍କ ଅର୍ଥାତ ଆଜିର ଉତ୍କଳଗ୍ରାମୀଣ ବ୍ୟାଙ୍କ ରୁ ୧୭ ଅପ୍ରେଲ ୨୦୧୩ ମସିହାରେ ୨୨କ୍ୟାରେଟ ର ୧୨ ଗ୍ରାମ ସୁନା ବନ୍ଧକ ରଖି ୧୫ ହଜାର ଟଙ୍କା ଋଣ ଆଣିଥିଲେ । ୨୯ ଅପ୍ରେଲ ୨୦୧୭ ତାରିଖରେ ସେ ସୁନା ମୁକୁଳାଇଇବାକୁ ଯାଇ ବ୍ୟାଙ୍କ ରେ ବୁଝିଥିଲେ ସୁଦ୍ଧ ସହ ୨୫ ହଜାର ଟଙ୍କା ବାନ୍ଧିବା ପାଇଁ ମ୍ୟାନେଜର କହିଥିଲେ ତେବେ ସେ ନେଇଥିବା ୧୯ ହଜାର ଟଙ୍କା ବାନ୍ଧି ଥିଲେ । ପର ମୁହୁର୍ତ୍ତ ରେ ବଳକା ୭୨୬୪ ଟଙ୍କା ବାନ୍ଧି ଋଣ ମୁକ୍ତ ହୋଇଥିଲେ ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ସୁନା ଫେରାଇଥିବା ବେଳେ । ବ୍ୟାଙ୍କର ସୁନା ପରଖୁଥିବା ବେଲଗୁଣ୍ଠା ର ସୁନାରି ଭି ମନୋରଞ୍ଜନ ପାତ୍ର ମହେନ୍ଦ୍ର କୁ ଅଟକାଇ ସେ ଆଉଗୋଟିଏ ଲୋନ ଥିବା କହିଥିଲେ । ବ୍ୟାଙ୍କ ଫେରାଇଥିବା ସୁନା ମଧ୍ୟ ରୁ କିଛି ସୁନା କୁ ରଖିଦେଇ ତାଙ୍କୁ ଫେରାଇ ଦେଇଥିଲେ । ପୁଣି ନୁଆଁ କରାଗଲା କହି ଏବେ ତାଙ୍କ ନାମରେ ପ୍ରାୟ ୨୭ ହଜାର ଟଙ୍କା ଆହୁରି ବକେୟା ଥିବା ଦର୍ଶାଇଛନ୍ତି
ଯାହାକୁ ନେଇ ମାନସିକ ଭାବେ ଭାଙ୍ଗିପଡିଛନ୍ତି ମହେନ୍ଦ୍ର ଙ୍କ ପରିବାର । ବ୍ୟାଙ୍କର ଏଭଳି କାର୍ଯ୍ୟ କୁ ନେଇ ଗାଁର ମଧ୍ୟ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ଗାଁ ସାହୁକାର ଠାରୁ ବ୍ୟାଙ୍କ ଆହୁରି ବଳିପଡିଥିବା ଆଲୋଚନା ହୋଇଛି
ଏ ସଂପର୍କରେ ଆମେ ବେଲଗୁଣ୍ଠା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ସରୋଜ କୁମାର ନାହାକଙ୍କୁ ମିଶିଥିଲୁ । ସେ ମଧ୍ୟ ଦୀର୍ଘ ସମୟ ଧରି ଘଟଣା ସଂପର୍କରେ କମ୍ପ୍ୟୁଟର ରେ ତନଖିବା ପରେ ୧୫ହଜାର ଟଙ୍କା ନେବାର ୨ମାସ ପୂର୍ବରୁ ଅର୍ଥାତ ୨୦୧୩ ଫେବୃଆରୀ ରେ ୯୫୦୦ ଟଙ୍କା ର ଆଉଗୋଟିଏ ଲୋନ ନେଇଥିବା ଦେଖାଇଛନ୍ତି । ତେବେ ଏହାକୁ ଅଷ୍ପିକାର କରିଛନ୍ତି ମହେନ୍ଦ୍ର । ତାଙ୍କର ଏହି ବ୍ୟାଙ୍କରେ ଖାତା ନଥିବା ବେଳେ ସେ ପ୍ରଥମ ଥର ଏହି ବ୍ୟାଙ୍କ କୁ ୨୦୧୩ ଅପ୍ରେଲ ରେ ଆସିଥିଲେ ଓ ଗୋଟିଏ ଥର ୪ଟି ସୁନା ଅଳଙ୍କାର ଦେଇ ମାତ୍ର ୧୫ ହଜାର ଟଙ୍କା ନେଇଛନ୍ତି ଯାହାର ସମସ୍ତ ପ୍ରମାଣ ପତ୍ର ତାଙ୍କ ପାଖରେ ରହିଛି । ଏଥିରେ ଜାଲିଆତି ହୋଇଥିବା ଓ ସୁନାରି ଭି ମନୋରଞ୍ଜନ ପାତ୍ର ହିଁ ତତ୍କାଳୀନ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଏଭଳି କାରନାମା କରିଥିବା ସେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସୁନାରି ମନୋରଞ୍ଜନ ପାତ୍ର ଙ୍କୁ ବୁଝିବାରୁ ସେ ମିଛରେ ସଂଦେହ କରୁଥିବା କହିଛନ୍ତି । ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଘଟଣା ର ପର୍ଦାଫାସ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ନିକଟ କୁଲାଡ ଆନ୍ଦ୍ରବ୍ୟାଙ୍କ ଶାଖାରେ ଏଭଳି ବନ୍ଦକ ସୁନା କୁ ନେଇ ବଡ ଘୋଟାଲା ର ପର୍ଦାଫାସ ହୋଇଥିବା ବେଳେ ଏବେ ଏହି ଘଟଣା କୁ ନେଇ ଆଲୋଚନା ଯୋରଧରିଛି । ସୁନା ରଖିଥିବା ଅନେକ ଗ୍ରାହକ ଙ୍କ ମଧ୍ୟରେ ଏବେ ଛନକା ପଶିଯାଇଛି । ତଦନ୍ତ ହେଲେ ଘଟଣା ସମ୍ପର୍କରେ ସବିଶେଷ ବିବରଣୀ ମିଳିପାରିବ ।
ଶିବରାମ ଚୌଧୁରୀ