ଭୁବନେଶ୍ୱର–ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୯୩ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଖୋର୍ଧା ଓ ସମ୍ବଲପୁର ଜିଲ୍ଲାର ୩-୩ ଜଣ ଥିବା ବେଳେ ବରଗଡ ଓ ମୟୁରଭଂଜ ଜିଲ୍ଲାର ୨-୨ ଜଣ ଅଛନ୍ତି । ଏହା ବାଦ କଟକ, ମାଲକାନଗିରି, ବଲାଙ୍ଗୀର, ପୁରୀ, ବାଲେଶ୍ୱର ଜିଲ୍ଲାର ଜଣେ ଜଣେ ଅଛନ୍ତ