ବର୍ଷା ଏତଲାରେ ଦର୍ଶାଇଛନ୍ତି ଯେ, ତାଙ୍କ ନିକଟକୁ ଏକ ବେନାମି ଚିଠି ଆସିଥିଲା । ଘରର ମହିଳା ସହାୟିକା ତାଙ୍କୁ ଏହି ଚିଠି ଦେଇଥିଲେ । ଚିଠିରେ ତାଙ୍କୁ ଘର ଶୀଘ୍ର ଛାଡିବାକୁ ଧମକ ଦିଆଯାଇଥିଲା । ମାନସିକ ଚାପରେ ସେ ଅସୁସ୍ଥ ଓ ଧୈର୍ଯ୍ୟହରା ହୋଇପଡିଥିବା ଏତଲାରେ ଉଲ୍ଲେଖ କରିଛନ୍ତିି । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ଏବଂ ତାଙ୍କ ପରିବାର ଲୋକଙ୍କୁ ଅଯଥାରେ ହଇରାଣ କରାଯାଉଥିବା ସେ ଦର୍ଶାଇଛନ୍ତି । ରହିବା ପାଇଁ କୌଣସି ବିକଳ୍ପ ନଥିବାରୁ ସେ ସେଠାରେ ରହୁଥିବା ଉଲ୍ଲେଖ କରିଛନ୍ତି । ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଏବଂ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ ସେ ପୋଲିସକୁ ନିବେଦନ କରିଛନ୍ତି ।
ସେହିପରି ବର୍ଷାଙ୍କ ବିରୋଧରେ ଶାଶୂ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ ଆଣିଛନ୍ତି ଯେ, ଘର ମରାମତିର ଆବଶ୍ୟକତା ରହିଛି । ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ । ଘର ମରାମତି କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି । ତାଙ୍କୁ ଘର ମରାମତି ପାଇଁ ଘର ଛାଡିବାକୁ ଅନୁରୋଧ କରାଯାଇଛି । ହେଲେ କହିବା ସତ୍ୱେ ବର୍ଷା ଘର ଖାଲି କରିବାକୁ ସେ ରାଜି ନୁହଁନ୍ତି ।