
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,କେନ୍ଦ୍ର ସରକାରଙ୍କ କୃଷକ ଓ କୃଷି ବିରୋଧି ଆଇନ ୨୦୨୦ ଯାହା ସମଗ୍ର ୭୮% ଭାଗ କୃଷକ, ଛୋଟ ଚାଷୀ, ନାମମାତ୍ର ଚାଷୀ ଓ ମଧ୍ୟମ ଚାଷୀଙ୍କ ସ୍ୱାର୍ଥ ବିରୋଧି ଅଟେ |ଦେଶ ବିଦେଶ ବୃହତ ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷାପାଇଁ ସରକାର ଏହି ଆଇନକୁ ଦେଶରେ କାର୍ଯ୍ୟକାରୀ କରିବାକୁ ଲୋକଙ୍କ ଉପରେ ଲଦିଦେଉଛନ୍ତି |ତା ସହିତ କୃଷି ବ୍ୟବସ୍ଥା ପରିଚାଳନା କରିବାକୁ ବଡ ବଡ କାରୋଡ଼ପତିଙ୍କୁ ସମର୍ପି ଦେଉଛନ୍ତି |କେନ୍ଦ୍ର ସରକାର ଗତ ପାର୍ଲିଆମେଣ୍ଟ ଅଧିବେଶନ ସମୟରେ ଗୃହୀତ ହୋଇଥିବା ୩ ଟି କୃଷି ଆଇନକୁ ବିରୋଧ କରି ଆଜି ଦେଶ ବ୍ୟାପି ଅଲଇଣ୍ଡିଆ କୃଷକ ସଂଘର୍ଷ ସମିତି ପକ୍ଷରୁ ଦିଆଯାଇଥିବା ରାସ୍ତାଜାମ ଡାକରା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାଜାମ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା |
ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ କୃଷକ ନେତା ତପନ ଉପାଧ୍ୟାୟ, ଅଶୋକ ପ୍ରଧାନ, ଭୀମସେନ ସ୍ୱାଇଁ, ସନାତନ ପାତ୍ର, କିଷାନ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ରାଉତ, ମୋହନ ନାଇଡ଼ୁ, ଜଗନ୍ନାଥ ଦେଓ, ଶରତ ରାୟଗୁରୁ, ପ୍ରଦୀପ ମହାନ୍ତି, ଟୁନା ନାୟକ ପ୍ରମୁଖ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ |କେନ୍ଦ୍ର ସରକାର ତୁରନ୍ତ ଏହି କୃଷକ ବିରୋଧି ଆଇନକୁ ପ୍ରତ୍ୟାହାର ନ କଲେ ଆସନ୍ତା ନଭେମ୍ବର ୨୬ ଦେଶବ୍ୟାପି ସାଧାରଣ ଧର୍ମଘଟ କୃଷକ ମନେ ବ୍ୟାପକ ସଂଖ୍ୟାରେ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବା ପାଇଁ ବକ୍ତା ମାନେ ଆହ୍ୱାନ ଦେଇଥିଲେ | ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପୁରୀ ଜିଲ୍ଲପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା