
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ପୁରୀ ପୌରପାଳିକା ଆନୁକୂଲ୍ୟରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ କାନ୍ଥରେ କିପରି ସହର,ଘର ଓ କାର୍ଯ୍ୟାଳୟ କୁ ସଫା ସୁତୁରା ବା ପରିଚ୍ଛନ୍ନ ରଖାଯାଇପାରିବ ଏହି ବିଚାର କୁ ନେଇ ବିଭିନ୍ନ ପ୍ରକାରର ସଚେତନ ଧର୍ମୀ କାନ୍ଥ ଚିତ୍ର ସହ ଲୋଗୋ ପୁରୀ ସହରର ଚିତ୍ରଶିଳ୍ପୀ ମାନଙ୍କ ଦ୍ଵାରା କରାଯାଉଅଛି | ଆଜି ପାଖାପାଖି ୩୦ ଗୋଟି ଚିତ୍ର ଅଙ୍କନ କରାଯାଇଥିବା ବେଳେ ଆଗକୁ ଏହିପରି ବହୁ ଚିତ୍ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ କାନ୍ଥରେ କରାଯିବ । ଆଜିର ଏହି କାର୍ଯ୍ୟରେ ପାଖାପାଖି ୩୫ ଜଣ ଚିତ୍ରକର ଯୋଗଦାନ କରିଥିଲେ । ଆସନ୍ତାକାଲିଠୁ ସହରର ବିଭିନ୍ନ ଅଳିଆ ପକାଯାଉଥିବା ସ୍ଥାନରେ ଏହି ପ୍ରକାରର ସଚେତନ ଧର୍ମୀ କାନ୍ଥଚିତ୍ର ଚିତ୍ରଶିଳ୍ପୀ ମାନଙ୍କ ଦ୍ୱାରା କରାଯିବ ଯାହାଫଳରେକି ସହରର କୌଣସି ବ୍ୟକ୍ତି ଯେପରି ବାହାରେ ଅଳିଆ ପକାଇବେ ନାହିଁ ଓ ସମସ୍ତେ ଅଳିଆକୁ ସ୍ୱଚ୍ଛ ସବାରୀରେ ଦେବେ ।
“ମୋ ଧାମ ମୋ ଗର୍ବ ” ଅଭିଯାନରେ ଭୁତପୁର୍ବ ସମର୍ଥନ ପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସମସ୍ତ ପୁରୀବାସୀଙ୍କୁ ଦାନ୍ୟବାଦ ପ୍ରଦାନ କରିଛନ୍ତି |ସେ କହିଛନ୍ତି କାନ୍ଥଚିତ୍ର ରେ ଯେକୌଣସି ଲୋକର ଆଖିରେ ପଡିଲେ ସେମାନେ ଅଧିକ ସେଚେତନ ହେବେ |ଆଜି ଆମର ଏହି ବିଶେଷ ନୂଆ ଅଭିନଵ ପ୍ରୟାସ ପୁରୀ ସହର କରି ଦେଖାଇଛି |ଆସନ୍ତା କାଲି ଠାରୁ କିଛି କିଛି ରୋଡ଼ରେ ନାଇଟ ଷ୍ଟ୍ରିପିଙ୍ଗର କାମ ଆରମ୍ଭ କରାଯିବ ଯାହାକି ପ୍ରଥମ ଥର ପୁରୀ ସାହରରେ ହେବାକୁ ଯାଉଅଛି |