
ଭରତ କୁମାର ନାୟକ, ଶ୍ୟାମ ପ୍ରକାଶ ସେନାପତି, ପୀୟୂଷ ପଟ୍ଟନାୟକ ଏବଂ ଜ୍ୟୋତିର୍ମୟୀ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଉଦଯାପନୀ ସନ୍ଧ୍ୟାର ସାଂସ୍କୃତିକ ବିଚିତ୍ରାର ମୁଖ୍ୟ ଆକର୍ଷଣ ଥିଲା “ରୁପା ଆଣ୍ଡ ଟ୍ରୁପ,ପୁରୀ ” ପକ୍ଷରୁ ନୃତ୍ୟ ଗୁରୁ ରୂପଲତା ମହାନ୍ତିଙ୍କ ନିର୍ଦ୍ଦେଶିତ ନୃତ୍ୟ ବିଚିତ୍ରା “କୁମାର ପୁନେଇ ଜହ୍ନ ଲୋ ବଉଳ”। ପରେ ପରେ ପୁରାତନୀ ସଙ୍ଗୀତକୁ ନେଇ ଚିତାକର୍ଷକ ସଙ୍ଗୀତ ବିଚିତ୍ରା ସୁନାମଧନ୍ୟ କଣ୍ଠଶିଳ୍ପୀ କୁମାର ବିଷ୍ଣୁ, ଜାଜ୍ଞସେନୀ ନାୟକ ଏବଂ ମନସ୍ୱିନୀ ପଟ୍ଟନାୟକ ପ୍ରମୁଖ ସଙ୍ଗୀତ ପରିବେଷଣ କରି ଉପସ୍ଥିତ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ଅବସରରେ କରୋନା ମୁକବିଲାରେ ସହଯୋଗ କରିଥିବା ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବ୍ୟକ୍ତି ଵିଶେଷ ତଥା ସାମାଜିକ ସଙ୍ଗଠନମାନଙ୍କୁ ସମିତି ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।
କରୋନାରେ ମୃତ୍ୟୁବରଣ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ସହ କରୋନା କଟକଣାରେ ବନ୍ଦୀ ଥିବା କଳାକାର ଏହି ଅନୁଷ୍ଠାନ ମାଧ୍ୟମରେ ମଞ୍ଚକୁ ଓହ୍ଲାଇ ଆସି ଆଗାମୀ ସମୟକୁ ଆଲୋକରେ ଆଲୋକିତ କରିଥିବାରୁ ସମିତି ପକ୍ଷରୁ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଯାଇଥଲା।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଭ୍ୟସଭ୍ୟା ସନ୍ତୋଷ ମହାନ୍ତି, ସମୀର ଶତପଥୀ, ପ୍ରଶାନ୍ତ ପ୍ରଧାନ, ଗଣେଶ୍ୱର ଦାଶ, ସାଧନା ମହାନ୍ତି, ଶୁଭଶ୍ରୀ ଜୟସିଂ, ବିରଞ୍ଚି, ମାୟାଶୃତି, ବେବିନା , ସୋନାଲି, ରୂପାଲି, ପ୍ରମୋଦ, ଦିବ୍ୟ, ଦେବା, ଶୁଭେନ୍ଦୁ, ଅଭ୍ୟୁଦେୟ , କ୍ଷୀରୋଦ, ଗୌରୀଶଙ୍କର, ମନସ୍ମିତା, ଅସୀମା, ସନ୍ଧ୍ୟା, ଲିଟୁ,ମାନସ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତଙ୍କ ସ୍ନେହ, ସଦିଚ୍ଛା ଓ ସହଯୋଗରେ ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ସଙ୍ଗଠନ ତଥା ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ମହାପର୍ବ କୁମାର ଉତ୍ସବ ସମିତି ସମସ୍ତଙ୍କୁ କୃତଜ୍ଞତା ଜଣାଇଛି | ପ୍ରକାଶ ଥାଉ କି, ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।