ଆମ ସରକାର ପୂର୍ବୋତରର ବିକାଶ ପାଇଁ ପ୍ରତିବଦ୍ଧ – ଅମିତ ଶାହ
ଆଇଜନ – କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ଦିନ ମିଜୋରାମର ରାଜଧାନୀ ଆଇଜଲ ଠାରେ ମିଜୋ ହାଇସ୍କୁଲ ପଡିଆ ଠାରେ ନର୍ଥ ଇଷ୍ଟ କାଉନସିଲ ଦ୍ୱାରା ଆୟୋଜିତ ପ୍ରଥମ ନର୍ଥ ଇଷ୍ଟ ହ୍ୟାଣ୍ଡଲୁମ ଓ ହସ୍ତଶିଳ୍ପ ପ୍ରଦର୍ଶନୀ -୨୦୧୯ର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ପୂର୍ବୋତରର ବିକାଶ ପାଇଁ ପ୍ରତିବଦ୍ଧ । ଆମେ ଶାନ୍ତି ଓ ବିକାଶର ରାସ୍ତାରେ ଆଗକୁ ନେବା ପାଇଁ କାମ କରୁଛୁ । ଆଗାମୀ ୨୦୨୧ ସୁଦ୍ଧା ପୂର୍ବୋତରରେ ବ୍ରଡ ଗେଜ ଟ୍ରେନ ମଧ୍ୟ ଆସି ଯିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପୂର୍ବୋତର ଭାରତରେ ହ୍ୟାଣ୍ଡଲୁମ ଓ ହସ୍ତ ଶିଳ୍ପରେ ବ୍ୟାପକ ସମ୍ଭାବନା ରହିଛି । ତେଣୁ ଏପରି କାର୍ଯ୍ୟକ୍ରମ ପୂର୍ବୋତର ଭାରତକୁ ଆଗକୁ ନେବାରେ ସହାୟକ ହେବ ।
ସେ କହିଛନ୍ତି ଯେ ମିଜୋରାମର ବିକାଶ ପାଇଁ କେନ୍ଦ୍ର ସରକାର ୪୨,୯୭୨ କୋଟି ଟଙ୍କା ଖର୍ଚ କରିଛନ୍ତି । ଏଠାରେ ଖୁବ ଶୀଘ୍ର ଏକ ଖେଳ ଏକାଡେମୀ ପ୍ରସ୍ତୁତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୧ ହଜାର ଲୋକଙ୍କୁ ଘର ଓ ଉଜ୍ୱଳା ଯୋଜନାରେ ୨୩ ହଜାର ଲୋକଙ୍କ ଘରେ ଗ୍ୟାସ ସିଲିଣ୍ଡର ପହଂଚା ଯାଇଛି ।
ଏହି ଅବସରରେ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା, ପୂର୍ବୋତର ବିକାଶ ମନ୍ତ୍ରୀ ଡା ଜୀତେନ୍ଦ୍ର ସିଂହ ଓ ଆସାମ ସରକାରଙ୍କ ଅର୍ଥ ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।