କେନ୍ଦୁଝର– କେନ୍ଦୁଝର ଜିଲ୍ଲା ପାଟଣା ଅଗ୍ନୀଶମ କେନ୍ଦ୍ରର କାର୍ଯ୍ୟରତ ଆଗ୍ନେକ ନିରଞ୍ଜନ ସିଂଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ଗତକାଲି ରାତିରେ ଖାଉଥିବା ସମୟରେ ସେ ହଠାତ୍ ଟଳି ପଡିଥିଲେ । ତାଙ୍କ ସହକର୍ମୀ ମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡ଼ିକାଲକୁ ନେଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ କୁଳିଅଣା ଗ୍ରାମରେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।