ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ, ଭୁବନେଶ୍ୱରସ୍ଥିତ ଆରଓବିର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ମହାମାରୀ ମୁକାବିଲା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମତ ଉପସ୍ଥାପନ କରିଥିଲେ ।
ୱେବିନାରରେ ଅଂଶଗ୍ରହଣ କରିଥିବା ଅତିଥି ବକ୍ତା ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କରୋନା ମହାମାରୀ ଠାରୁ ସୁରକ୍ଷିତ ରହିବା ଲାଗି ବିଭିନ୍ନ ଉପାଦେୟ ପରାମର୍ଶମାନ ଦେଇଥିଲେ । ବର୍ତମାନ ରାଜ୍ୟ ଓ ଦେଶରେ କୋଭିଡ-୧୯ର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଦୂରେଇ ନାହିଁ । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଆଶଙ୍କା ମଧ୍ୟ ରହୁଛି । ତେଣୁ କୋଭିଡର ସାମାନ୍ୟ ଲକ୍ଷ୍ୟ ଯେପରିକି ଥଣ୍ଡା, ଛିଙ୍କ, କାଶ, ଜ୍ୱର ଆଦି ଦେଖାଦେଲେ ତୁରନ୍ତ ପୃଥକବାସରେ ରହିବା ସହିତ ଡାକ୍ତରୀ ପରାମର୍ଶ ନେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ସେହିପରି ପାର୍ବଣ ଋତୁରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ନିମନ୍ତେ ମଧ୍ୟ ସେମାନେ ପରାମର୍ଶ ଦେଇଥିଲେ । ବ୍ୟକ୍ତିଗତ ସ୍ୱଚ୍ଛତା ଓ ସୁରକ୍ଷା ଉପାୟ ଅବଲମ୍ବନ କଲେ କରୋନାରୁ ସୁରକ୍ଷିତ ରହିବା ସମ୍ଭବପର ବୋଲି ମଧ୍ୟ ସେମାନେ କହିଥିଲେ ।
ଜୟପୁର ଏଫଓବି ପକ୍ଷରୁ ଜ୍ୟୋତିରଞ୍ଜନ ପଟ୍ଟନାୟକ ୱେବିନାର ପରିଚାଳନା କରିଥିବା ବେଳେ ସହାୟକ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନ ଏଥିରେ ଅଂଶଗ୍ରହଣ କରିଥିଲେ । ୱେବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଶାଖା କାର୍ଯ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ ।