
ଜଗତସିଂହପୁର– ତିର୍ତୋଲ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆଜି ସକାଳ ୭ଟା ଠାରୁ ଆରମ୍ଭ ହୋଇଛି । ମୋଟ୍ ୩୭୩ ଟି ବୁଥରେ ଭୋଟ୍ ଗ୍ରହଣ ଜାରୀ ରହିଛି । ସମ୍ବେଦନଶୀଳ ୧୫୫ ଟି ବୁଥ୍ ରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଶୃଙ୍ଖଳିତ ଭୋଟ୍ ଗ୍ରହଣ ସାଙ୍ଗକୁ କୋଭିଡ଼୍ କଟକଣାକୁ ଅଧିକ ଦୃଷ୍ଟି ଦେଇଛି ପ୍ରଶାସନ । ପୋଲିସର ବରିଷ୍ଠ ଅଧିକାରୀ ଓ ମାଜିଷ୍ଟ୍ରେଟ୍ ଏହାର ତଦାରଖ କରୁଛନ୍ତି । ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟ୍ ଗ୍ରହଣ ।
ଅନ୍ୟପକ୍ଷରେ ତିର୍ତୋଲରେ ଦିନ ୧୧ଟା ସୁଦ୍ଧା ୨୪.୯୩ ପ୍ରତିଶତ ମତଦାନ ହୋଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।