ଟାଙ୍ଗୀ– ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଗ୍ରାମର ଶେକ୍ ସୁଲେମାନ । ତାଙ୍କୁ ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ପୋଲିସ ଅନୁମାନ କରୁଛି । ମୃତକ ଜଣେ ପେଷାଦାର ଅପରାଧି ହୋଇଥିବା ବେଳେ ତା ନାମରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି । ଶେକ୍ ସୁଲେମାନ କିଛି ଦିନ ତଳେ ଜେଲ୍ ରୁ ଫେରିଥିଲା । ପୂର୍ବ ଶତୃତାକୁ କେନ୍ଦ୍ର କରି କୌଣସି ଅପରାଧିକ ଗୋଷ୍ଠୀ ତାଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତାଙ୍କର ଶବକୁ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଘଟଣାରେ ଜଙ୍କିଆ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।