ଟାଙ୍ଗୀ– ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ନାଚୁଣୀ ନିକଟରେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ବାହାରର ଏକ ଆମ୍ବୁଲାନ୍ସ ଶବ ନେଇ କଲିକତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ ୫ ଜଣ ଆହତ ହୋଇଥିବା ବେଳେ ତନ୍ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କଲିକତାର ତୃପ୍ତି ମୁଣ୍ଡା ତାଙ୍କ ଶ୍ୱାମୀ ଦିଲ୍ଲୀପ ମୁଣ୍ଡାଙ୍କ ମରଶରୀରରକୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ନେଇ ତାମିଲନାଡ଼ୁରୁ ନିଜ ଗ୍ରାମ ପଶ୍ଚିମବଙ୍ଗ ରାଜ୍ୟ ଉତର ଚବିଶ ପ୍ରଗଣା ଅଂଚଳକୁ ଯାଉଥିଲେ । ସେହି ଆମ୍ବୁଲାନ୍ସରେ ତୃପ୍ତିଙ୍କ ସହ ତାଙ୍କର ଅନ୍ୟ ୪ ଜଣ ସମ୍ପର୍କି ମଧ୍ୟ ଥିଲେ । ନାଚୁଣି ଫାଣ୍ଡି ନିକଟରେ ହଠାତ୍ ଆମ୍ବୁଲାନ୍ସର ଚକା ଫାଟିଯିବାରୁ ଦୁର୍ଘଟଣା ଘଟିଥିଲା । ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡିଥିଲା । ସମସ୍ତ ଆହତ ମାନଙ୍କୁ ପ୍ରଥମେ ଟାଙ୍ଗି ମେଡ଼ିକାଲ ଏବଂ ପରେ ଗୁରତର ମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।