-
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନାରେ ଆକ୍ରାନ୍ତ
-
ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଏଥିରେ କୁହା ଯାଇଛି ଯେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ପ୍ରଥମ ମହିଳା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକ ମାନଙ୍କୁ ପରୀକ୍ଷା କରାଇ ନେବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି ।
ରାଜ୍ୟପାଳ ଓ ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରା ଯାଇଛି ଓ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂତ୍ରଙ୍କ ଠାରୁ ପ୍ରକାଶ ।
ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ କରୋନା ଆକ୍ରାନ୍ତ ହୋଇଥିବା ନେଇ ଚିନ୍ତା ବ୍ୟକ୍ତ କରିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ଯେ – ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କରୋନା ପଜିଟିଭ ହେବା ଖବର ଜାଣି ମୁଁ ଚିନ୍ତିତ । ତାଙ୍କର ଶୀଘ୍ର ଆରୋଗ୍ୟ ତଥା ଉତମ ସ୍ୱାସ୍ଥ୍ୟ ପାଇଁ କାମନା କରୁଛି ।