ଗତ ୩୧ ତାରିଖ ଦିନ ବାରିପଦା ସଦର ଥାନା ଅନ୍ତର୍ଗତ ସପନଚୁଆ ଗ୍ରାମର ସୁନାରାମ ପାତ୍ରଙ୍କ ୧୭ ବର୍ଷୀୟା ନାବାଳିକା ଝିଅ ତଥା ଶାମାଖୁଣ୍ଟା ବ୍ଲକ ରାଙ୍ଗାମାଟିଆ ବନଭୂମି ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷ କଳା ବିଭାଗ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସୁପ୍ରୀୟା ପୁର୍ବରୁ ରକ୍ତହୀନତା ରୋଗରେ ପିଡୀତ ଥିବାରୁ ପରିବାର ଲୋକ ତାଙ୍କୁ ଅନେକ ଥର ମେଡିକାଲରେ ଚିକିତ୍ସା କରାଇବା ସହ ତାଙ୍କୁ ରକ୍ତ ଦେଇଥିଲେ । ତେବେ ତାଙ୍କ ବାପା ସୁନାରାମ ପାତ୍ର ଓ ମାତା ଲକ୍ଷ୍ମୀ ପାତ୍ର ଗତ ଶନିବାର ଦିନ ଝିଅକୁ ଅସୁସ୍ଥ ଥିବା ଦେଖି ରକ୍ତ ଦେବାପାଇଁ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ବାରମ୍ବାର ରକ୍ତ ଦେବା ନିମନ୍ତେ ଡାକ୍ତରଙ୍କୁ ଅନୁରୋଧ କରିବା ସତ୍ତ୍ୱେ କାର୍ଯ୍ୟରତ ଡାକ୍ତର କିମ୍ବା କୌଣସି କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଯାହା ଫଳରେ ଆଜି ସକାଳ ୫ଟା ସମୟରେ ରୋଗୀଙ୍କୁ ବାତ ମାରିଥିଲା ଏବଂ ଏହା ଦେଖି ପରିବାର ଲୋକ ତୁରନ୍ତ ଡାକ୍ତରଙ୍କୁ ଖବର ଦେବାରୁ ନର୍ସ ଆସି ଏକ ଇଞ୍ଜେକ୍ସନ ଦେବା ପରେ ସୁପ୍ରୀୟା ଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଖାନାରେ ଚିକିତ୍ସା ଅବହେଳା ଦର୍ଶାଇ ପରିବାର ଲୋକେ ମୃତକଙ୍କ ଶରୀର ମୁଖ୍ୟ ଗେଟ୍ ସମ୍ମୁଖରେ ରଖିବା ସହ ଚିକିତ୍ସାରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କ୍ଷତି ପୁରାଣ ଦାବି କରିଛନ୍ତି ବାପା ସୁନାରାମ ପାତ୍ର ଓ ମା ଲକ୍ଷ୍ମୀ ପାତ୍ର । ମଧ୍ୟାହ୍ନ ସମୟରେ ମେଡିକାଲ କଲେଜ ସୁପାରିଟେଣ୍ଡେଣ୍ଟ ବି.କେ. ମହାପାତ୍ର ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।
Related Stories
November 23, 2024