

ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୪୦,୦୪୮ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୧,୩୪୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
ମିଜୋରାମରେ ଗତ ୨୪ ଘଂଟାରେ କରୋନାର ୩୪ଟି ନୂଆ ମାମଲା
ଆଇଜଲ-ମିଜୋରାମ ରେ ଗତ ୨୪ ଘଂଟା ମଧ୍ୟରେ କରୋନାର ୩୪ଟି ନୂଆ ମାମଲା ସାମନାକୁ ଆସିଛି । ଏହା ସହିତ ରାଜ୍ୟରେ କରୋନା ମାମଲା ସଂଖ୍ୟା ବଢି ୨,୭୫୬ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଆସାମରେ କରୋନାର ୩୩୬ ନୂଆ ମାମଲା
ଦିସପୁର,ଆସାମରେ କରୋନାର ୩୩୬ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨,୦୬,୩୫୧ହୋଇଛି ।