ଆସନ୍ତା ଗୁରୁବାର ଠାରୁ ନୂତନ ଭାବେ ୪ ସପ୍ତାହ ଯାଏଁ ଲକଡାଉନ ଆରମ୍ଭ ହେବ । ଜରୁରୀ କାମ ନଥିଲେ ଲୋକେ ଘର ଭିତରେ ରହୁନ୍ତୁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ଲୋକଙ୍କ ନିକଟରେ ଅପିଲ କରିଛନ୍ତି । ଲକଡାଉନ ସମୟରେ କେବଳ ଜରୁରୀକାଳୀନ ଜିନିଷପତ୍ର ମିଳିପାରିବ ।
ଶିକ୍ଷାନୁଷ୍ଠାନଗୁଡ଼ିକ ଲକଡାଉନ ସମୟରେ ବନ୍ଦ ରହିବ । ସେହିଭଳି ସର୍ବସାଧାରଣ ରେଷ୍ଟୁରାଣ୍ଟରେ ଖାଦ୍ୟ ମିଳିବ । କିନ୍ତୁ ସେଠାରେ ବସି ଖାଇବାକୁ ଅନୁମତି ମିଳିପାରିବ ନାହିଁ । ଲୋକେ ଚାହିଁଲେ ପାର୍ସଲ ନେଇ ଯାଇପାରିବେ । ମନୋରଂଜନ ପାର୍କ ଓ ମନୋରଂଜନ ସ୍ଥଳଗୁଡ଼ିକ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତା ଡିସେମ୍ବର ୨ ତାରିଖ ଯାଏଁ ଲକଡାଉନ ଜାରି ରହିବ ।
ସୂଚନାଯୋଗ୍ୟ, ଶନିବାର ଦିନ ପର୍ଯ୍ୟନ୍ତ କେବଳ ସଂଯୁକ୍ତ ରାଷ୍ଟ୍ରରେ ୧୦ ଲକ୍ଷ କରୋନା ସଂକ୍ରମିତ ହୋଇସାରିଛନ୍ତି । ଗୋଟିଏ ଦିନରେ ଶନିବାର ପାଖାପାଖି ୨୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନାରେ ପାଖାପାଖି ୪୭ ହଜାର ଲୋକଙ୍କର ପ୍ରାଣହାନୀ ଘଟିଛି ।