
କନ୍ଧମାଳ– ରାଜ୍ୟ ପୋଲିସ ଡ଼ିଜି ଅଭୟ ଆଜି କନ୍ଧମାଳ ଜିଲ୍ଲା ଖମଣଖୋଲ ଠାରେ ଥିବା ଏଂଟି ନକ୍ସଲ ସିଆରପିଏଫ କ୍ୟାମ୍ପ ପରିଦର୍ଶନରେ ପହଂଚି ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି, ଏବଂ ଜିଲ୍ଲା ପୋଲିସ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବାବଦରେ ସମୀକ୍ଷା କରିଛନ୍ତି । ଏହି ଗସ୍ତ କାଳରେ ସେ ସେଠାରେ କାର୍ଯ୍ୟରତ ଥିବା କନେଷ୍ଟବଳ ଜିତେନ୍ଦ୍ର ନାୟକ ଓ ତପନ ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ ।
ତାଙ୍କ ସହିତ ସ୍ୱତନ୍ତ୍ର ଡ଼ିଜିପି ସିଆରପିଏଫ କୁଲଦୀପ ସିଂହ, ଗୁଇନ୍ଦା ନିର୍ଦ୍ଦେଶକ ଆର.କେ. ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଆଇଜି ସିଆରପିଏଫ ଏସ.କେ. ମହାନ୍ତି, କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ ଭିନିତ ଅଗ୍ରୱାଲଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରିୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।