
ଅଧ୍ୟକ୍ଷ ପ୍ରଫେସର ଅଭିମୁନ୍ୟ ଭୂୟାଁ ଜୟନ୍ତୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଅତିଥିଭାବେ ଯୋଗଦାନ କରିଥିଲେ ଅର୍ଥନୀତି ବିଭାଗର ପ୍ରଫେସର ଡ଼ଃ କାର୍ତ୍ତିକ କୁମାର ଦାସ । ଶ୍ରୀ ଦାସ କହିଥିଲେ ବାଲ୍ମୀକିଙ୍କ ପ୍ରକୃତ ପରିଚୟ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିନାହିଁ । କେବଳ କାହାଣୀ ଓ କିମ୍ବଦନ୍ତୀରେ ସେ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହୋଇଥିବା ଜଣାଯାଇଛି । ସେ ଥିଲେ ଏକାଧାରାରେ ରାମୟଣର ରଚୟିତା । ଅନ୍ୟତମ ଅତିଥିଭାବେ ଅଶୋକ କୁମାର ମହାପାତ୍ର ଯୋଗଦେଇ କହିଲେ ରାମଚରିତ ମାନସ ଅନୁଯାୟୀ ରାମଚନ୍ଦ୍ର ବନବାସ କାଳରେ ତାଙ୍କ ବାଲ୍ମୀକିଙ୍କ ଆଶ୍ରମକୁ ଯାଇ ମହର୍ଷିଙ୍କର ଚରଣ ବନ୍ଦନା କରିଥିଲେ । ମହର୍ଷି ଜାଣିପାରିଥିଲେ ସ୍ଵୟଂ ରାମଚନ୍ଦ୍ର ତ୍ରିକାଳଦର୍ଶୀ ଏବଂ ସ୍ଵୟଂ ଭଗବାନ ଅଟନ୍ତି । ମହର୍ଷି ବାକି ରଚିତ ରାମାୟଣ ବହୁ ପରିମାଣରେ ଲୋକାଦୃତ । ଏହି ଜୟନ୍ତୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମର୍ପଣର ସଂପାଦିକା ଜୟନ୍ତୀ ମହାପାତ୍ର, କବି ହରେକୃଷ୍ଣ ପ୍ରଧାନୀ, ବରିଷ୍ଠ ନାଗରିକ ପ୍ରଭାକର ମିଶ୍ର, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଯୋଗେଶ୍ଵର ପ୍ରହରାଜ, ଭବାନୀ ପ୍ରସାଦ ବଳିଆର ସିଂ ପ୍ରମୁଖ ଯୋଗଦେଇ ମହର୍ଷି ବାଲ୍ମୀକିଙ୍କର ଜୀବନ ଆଦର୍ଶ ଓ ରାମାୟଣର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ପରିଶେଷରେ ଶିକ୍ଷାବିତ୍ ବିଜୟ ଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।