
ଭୁୁବନେଶ୍ୱର – ଯାଜପୁର ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିବା, ବାହାରେ ଛେପ ପକାଇବା ସାମାଜିକ ଦୂରତ୍ୱ ନ ମାନିବା ଓ ଯାନବାହନ ଆଇନ ଉଲ୍ଲଂଘନକୁ ନେଇ ମୋଟ ୨୩୧ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ଏମାନଙ୍କ ଠାରୁ ୧ ଲକ୍ଷ ୧୫ ହଜାର ୫୦୦ ଟଙ୍କାର ଜୋରିମାନା ଆଦାୟ କରା ଯାଇଥିବା ନେଇ ଯାଜପୁର ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।