Related Stories
November 22, 2024
ମାଲକାନଗିରି-ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ମୋଟୁ ତହସିଲ ଅନ୍ତର୍ଗତ ପେଟା ଗ୍ରାମରେ ଚାଲିଥିବା ପଥର ଖଣିକୁ ବିରୋଧ କରି ପୁଣି ସୀମାନ୍ତ ମୋଟୁ ଓ ପୂସୁଗୁଡା ପଞ୍ଚାୟତର ଶତାଧିକ ଲୋକ କୋଭିଡ -୧୯ ନିୟମକୁ ପାଳନ କରି ପଥର ଖଣିକୁ ବନ୍ଦ କରିବା ପାଇଁ ମୁରଲୀଗୁଡ଼ା ଗ୍ରାମ ଠାରେ ଏକ ବୈଠକ ଆୟୋଜନ କରିଥିଲେ | ଏହି ବୈଠକରେ ମୋଟୁ ପଞ୍ଚାୟତର ସରପଞ୍ଚ ମୁନା ସୋଡି ଏବଂ ବିଭିନ୍ନ ୱାର୍ଡର ସଭ୍ୟ ସଭ୍ୟା ମଧ୍ୟ ଉପସ୍ଥିତ ରହିଥିଲେ | ମୋଟୁ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକ ପେଟା ପଥର ଖଣିର ତଳୁଆ ଅଞ୍ଚଳରେ ରହିଥିବାରୁ ଖଣି ପାହାଡ ସମ୍ପୂର୍ଣ୍ଣ କାଟିବା ପରେ ତଳୁଆ ଅଞ୍ଚଳ ରେ ତଥା ମୋଟୁ ପଞ୍ଚାୟତର ଅନେକ ଗ୍ରାମ ଓ ଶହ ଶହ ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇଯିବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ବୈଠକରେ କୁହାଯାଇଛି | ଗୋଟିଏ ପଟେ ବର୍ଷା ଦିନେ ଆନ୍ଧ୍ରପ୍ରଦେଶ ର ପୋଲାଭରମ ପ୍ରକଳ୍ପ ଯୋଗୁଁ ଗୋଦାବରୀ ନଦୀର ପଛୁଆ ପାଣି ମୋଟୁ ସହ ଆଖପାଖ ଅଞ୍ଚଳକୁ ଜଳମଗ୍ନ କରି ରଖୁଥିବା ବେଳେ ଏହି ଗ୍ରାନାଇଟ ପାହାଡ ସମ୍ପୂର୍ଣ୍ଣ କଟାଯିବା ପରେ ସ୍ଥାନୀୟ ଅଞ୍ଚଳର ସମସ୍ୟା ଦ୍ୱିଗୁଣିତ ହୋଇପଡ଼ିବ। ଅନ୍ୟପଟେ ଏହି ଅଞ୍ଚଳରେ ଏଭଳି ଏକ ଖଣି ଖନନ ପ୍ରକଳ୍ପ ଚାଲୁ ରହିଥିଲେ ମଧ୍ଯ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ବିଭିନ୍ନ ଜନପ୍ରତିନିଧିମାନେ କହିଛନ୍ତି। ଯଥା ଶୀଘ୍ର ସରକାର ଏଥିପ୍ରତି ଧ୍ୟାନ ଦେବା ସହ ଉଚ୍ଚ ସ୍ତରୀୟ ତଦନ୍ତ କରି ତଳୁଆ ଅଞ୍ଚଳରେ ରହିଥିବା ଗ୍ରାମବାସୀଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ଦେବାକୁ ସରକାରଙ୍କ ଠାରେ ଦାବୀ ଉପସ୍ଥାପନା କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ବର୍ତମାନ ପରିସ୍ଥିତିରେ ଖଣି ଖନନ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଲୋକଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ସ୍ଥାନୀୟ ସରପଞ୍ଚ ଗଣମାଧ୍ୟମ ସମ୍ମୁଖରେ ମତ ପ୍ରକାଶ କରିଥିଲେ। ଏଥିସହ ତୁରନ୍ତ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ କିଛି ଦିନ ମଧ୍ୟରେ ବିରାଟ ଜନ ଆନ୍ଦୋଳନ ର ବସା ବାନ୍ଧୁଥିବା କୁହାଯାଉଥିବା କୁହାଯାଇଛି। ଅନ୍ୟପଟେ ଆଗାମୀ ଦିନରେ ଏ ବାବଦରେ ଜିଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚିଠି ପ୍ରଦାନ କରିବୁ ବୋଲି ଉପସ୍ଥିତ ଲୋକ ଓ ଲୋକ ପ୍ରତିନିଧି ମାନେ କହିଛନ୍ତି |