ଭଦ୍ରକ – ଯୁବପିଢିର ଦକ୍ଷତା ବିକାଶ ଦିଗରେ ଆଦାନୀ ଫାଉଣ୍ଡେସନର ଅନନ୍ୟ ପଦଷେପ ଭାବରେ ଭଦ୍ରକ ଜିଲ୍ଲା କୁଆମରାସ୍ଥିତ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ। ଦେଶ ନିର୍ମାଣ ତଥା ରାଜ୍ୟରେ ଶିକ୍ଷାର ମାନକୁ ସୂଦୃଢ କରିବା ଓ ବୈଷୟିକ ଶିକ୍ଷା ଜରିଆରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଯୁକ୍ତିର ଏକ ସୁଗମ୍ୟ ଭବିଷ୍ୟତ ଗଢିତୋଳିବାରେ ଆଦାନୀ ଫାଉଣ୍ଡେସନର ପ୍ରଚେଷ୍ଟା ସ୍ବାଗତେଯାଗ୍ୟ। ‘ସକ୍ଷମ’ ନାମକ ଏହି ପାଠ୍ୟକ୍ରମ ମାଧ୍ଯମରେ ବିଭିନ୍ନ ବିଭାଗରେ ସ୍ଥାନୀୟ ଗ୍ରାମାଳର ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଜ୍ଞାନ ପ୍ରଦାନ କରାଯାଇଛି। ଚଳିତବର୍ଷ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ଏହି ବୈଷୟିକ ଶିକ୍ଷାଗୁଡିକୁ ସଫଳତା ପୂର୍ବକ ସµୂର୍ଣ୍ଣ କରିବା ସହ ଉୀର୍ଣ୍ଣ ହୋଇଥିଲେ। ଆଜି ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଆଦାନୀ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ଷଡଙ୍ଗୀ, ସ୍ଥାନୀୟ ସମାଜସେବୀ ରମେଶ ନାୟକ, ବିକି ମଣ୍ଡଳ ଆଦି େଯାଗ ଦେଇ ଉୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏହି ଶିକ୍ଷାସଂସ୍ଥାରେ ଡିଜିଟାଲ ଲିଟେରାସୀ, ସିଲେଇ ଶିକ୍ଷା, ଇଲେକ୍ଟ୍ରିସିଆନ୍, ଓଲ୍ଡିଂ ଟେକ୍ନିସିଆନ୍, ବିଉଟି ଥେରାପି ଆଦି ବିଷୟରେ ଶିକ୍ଷା ଦିଆଯାଇଛି। ଏହି କାର୍ଯ୍ୟକ୍ରମଟିକୁ କୁଆମରାସ୍ଥିତ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ମୁଖ୍ୟ ରାଜେନ୍ଦ୍ର କୁମାର ନାୟକ ସୂଚାରୁ ରୂପେ ସµାଦନ କରିଥିଲେ।
Related Stories
November 25, 2024