
ନୂଆଦିଲ୍ଲୀ– ଆଜିଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଇଛନ୍ତି । ସେଠାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ ଗାନ୍ଧିନଗରରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ କେଶୁଭାଇ ପଟେଲଙ୍କ ଘରେ ପହଂଚି ଶ୍ରଦ୍ଧାଞ୍ଜଳି ଦେଇଥିବା ଜଣା ପଡ଼ିଛି । ଏହା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।