ନୂଆଦିଲ୍ଲୀ। ଜାମ୍ମୁ କାଶ୍ମୀରରେ ତିନି ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ନୃଶଂସ ହତ୍ୟା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ ନିନ୍ଦା କରିଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ ଏହି ଯୁୂବ ବିଜେପି କାର୍ଯ୍ୟକର୍ତା ଜାମ୍ମୁ କାଶ୍ମୀରରେ ଖୁବ ଭଲ କାମ କରୁଥିଲେ । ଏହି ଦୁଖଦାୟକ ସମୟରେ ସେ ତାଙ୍କର ପରିବାରବର୍ଗକୁ ସମବେଦନା ଜଣାଇବା ସହ ସେମାନଙ୍କର ଆତ୍ମାର ସଦଗତି କାମନା କରିଛନ୍ତି ।