କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷ୍ଣନ କୁମାର , ଜିଲ୍ଲାପାଳ କାର୍ଯ୍ୟାଳୟରୁ ଉପ ମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ, ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ ଅଜୟ ଜେନା ଏବଂ ଛତିଶା ନିଯୋଗ ଓ ବିଭିନ୍ନ ନିଯୋଗର ପଦାଧିକାରୀ ମାନେ ରଜତ କୁମାର ପ୍ରତିହାରୀ, ହରିନାରାୟଣ ଖୁଣ୍ଟିଆ,, ଅନନ୍ତ ତିଆଡ଼ି, ରାମ ଦାସ ମହାପାତ୍ର, ନାରାୟଣ ମହାସୁଆର, ଜନାର୍ଦ୍ଦନ ପତାଯୋଶୀ ମହାପାତ୍ର,ହରେକୃଷ୍ଣ ସିଂହାରୀ, ହରେକୃଷ୍ଣ ପୂଜାପଣ୍ଡା, ମାଧବ ଚନ୍ଦ୍ର ପୂଜାପଣ୍ଡା, ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର, ରାମନାରାୟଣ ପ୍ରତିହାରୀ, ପ୍ରମୁଖ କୋଭିଡ ନିୟମ ମାନି ନିଜ ନିଜର ଘରେ ରହି ନାଗାର୍ଜୁନ ବେଶ ଏବଂ କାର୍ତ୍ତିକ ନୀତି ସମ୍ପର୍କିତ ଭରଚୁଆଲ ବୈଠକରେ ସାମିଲ ହୋଇଥିଲେ |ବୈଠକରେ ସାମିଲ ହୋଇ ୨୭/୧୧/୨୦୨୦ ରେ ହେବାକୁ ଥିବା ନାଗାର୍ଜୁନ ବେଶର ଏବଂ କାର୍ତ୍ତିକ ମାସର ନିର୍ଧାରିତ ନୀତି ନିର୍ଘଣ୍ଟ କୁ ଅନୁମୋଦନ ପ୍ରଦାନ କରିଛନ୍ତି |
ନାଗାର୍ଜୁନ ବେଶ ନୀତି ନିର୍ଘଣ୍ଟ :—ସକାଳ
ଅବକାଶ ଘ.୩.୫୦
ମଇଲମ ଓ ନାଗାର୍ଜୁନ ବେଶ ଆରମ୍ଭ ପ୍ରାତଃ ଘ.୪.୦୦
ରୋଷହୋମ ଘ.୪.୩୦
ସୂର୍ଯ୍ୟ ପୂଜା ଘ.୫.୦୦
ଦ୍ଵାରପାଳ ପୂଜା ଘ. ୫.୧୫
ନାଗାର୍ଜୁନ ବେଶ ଶେଷ ସକାଳ ଘ.୭.୦୦
ନାଗାର୍ଜୁନ ବେଶ ନୀତି ନିର୍ଘଣ୍ଟ :—ଅପରାହ୍ନ
ଭୋଗମଣ୍ଡପ ଶେଷ ଅପରାହ୍ନ ଘ.୧.୩୦
ନାଗାର୍ଜୁନ ବେଶ ମଇଲମ ଘ.୨.୦୦
ନାଗାର୍ଜୁନ ବେଶ ଶେଷ ଘ.୩.୦୦
ବୈଠକ ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ପଞ୍ଚକ ପାଞ୍ଚ ଦିନ ପରିବର୍ତ୍ତେ ୬ ଦିନ ପଡୁଥିବାରୁ ଚଳିତ ବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ |୨୭/୧୧/୨୦୨୦ ରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ |ସର୍ବସାଧାରଣ ଙ୍କ ନାଗାର୍ଜୁନ ବେଶ ଦର୍ଶନ ପାଇଁ ପରେ ବୈଠକ କାରାଯାଇ ନିଷ୍ପତ୍ତି ନିଆଯିବ |କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ଉପରେ ଅନୁମୋଦନ ମିଳିଛି |ଭକ୍ତ ମାନେ କିଭଳି ସୁବିଧାରେ ଅଭଡ଼ା ପାଇପାରିବେ ସେ ବିଷୟରେ ସୁଆର ମହାସୁଆର ନିଯୋଗ ସହିତ ସ୍ୱତନ୍ତ୍ର ବୈଠକ କାରାଯାଇ ନିଷ୍ପତ୍ତି ନିଆଯିବ |ସମସ୍ତେ କିଭଳି ଶୃଙ୍ଖଳିତ ଭାବେ ପ୍ରସାଦ ପାଇପାରିବେ ତାର ବ୍ୟବସ୍ଥା କରାଯିବ |ଚଳିତ ବର୍ଷ କୋଭିଡ କଟକଣା ପାଇଁ ହବିଷ୍ୟାଳି ଙ୍କ ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ କୌଣସି ବ୍ୟବସ୍ଥା କରାଯାଇନାହିଁ |