ଭଦ୍ରକ- ଆଜି ଭଦ୍ରକ ଜିଲା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ୬୫ତମ ଜିଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ବିଭାଗର ସାତଭଉଣୀ ବନାଳ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉସôବକୁ ଅବୈତନିକ ଭଦ୍ରକ ବନ ସଂରକ୍ଷକ ସୁଧୀର କୁମାର ମହାନ୍ତି ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଏହି ଉସôବକୁ ଭଦ୍ରକ ବନାଳ ଅଧିକାରୀ ରଣଜିତ ମହାନ୍ତି ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମହାନ୍ତି େଯାଗଦେଇଥିବାବେଳେ ଜିଲା ୟୁକୋ କ୍ଲବ୍ର କୋ-ଅଡିନେଟର ଅନୀଲ କୁମାର ମିଶ୍ର ମୁଖ୍ୟବକ୍ତା ଓ ସମ୍ମାନିତ ବକ୍ତା ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ଯକ୍ଷା ସୁଜାତା ମିଶ୍ର ଏବଂ ଭଦ୍ରକ ବନ୍ୟ ପ୍ରାଣୀ ବିଭାଗର ଡ. ବିଶ୍ବାଳ ସିଚିଲିଟି, ଉପ ବନ ସଂରକ୍ଷକ ବିରାଜ ମୋହନ ମହାନ୍ତି ସମ୍ମାନିତ ଅତିଥି ଭାବେ େଯାଗଦେଇ ଏହି ବନ୍ୟ ପ୍ରାଣୀ ସପ୍ତାହ ପାଳନର ତାପôର୍ଯ୍ୟ ସଂପର୍କରେ ଉପସ୍ଥିତ ୩ଟି ବିଦ୍ୟାଳୟର ଛା୍ରତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଅନୁଷ୍ଠିତ ବନ୍ୟପ୍ରାଣୀ ସଂରକ୍ଷଣ ସଂପର୍କିତ ସାଧାରଣ ଜ୍ଞାନ ପ୍ରତିେଯାଗିତାରେ ଅଂଶଗ୍ରହଣ କରିଥିବା କେନ୍ଦ୍ରୀୟ ବିଦ୍ୟାଳୟ, ସାତଭଉଣୀ ହାଇସ୍କୁଲ ଓ କ୍ଷେତ୍ରବାସୀ ହାଇସ୍କୁଲ ଭଳି ୩ଟି ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏହାକୁ ଭଦ୍ରକ ବନ୍ୟପ୍ରାଣୀ ବିଭାଗର ଡ. ବିଶ୍ବାଳ ସିଚିଲିଟି ପରିଚାଳନା କରିଥିଲେ। ଆଜିର ଏହି ଉସôବରେ ବାସୁଦେବପୁର ବନାଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଧାମନଗରର ସମୀର କୁମାର ରାଉତ, ଚାନ୍ଦବାଲିର ସୁବାଷ ଚନ୍ଦ୍ର ନାୟକ ଏବଂ ଭଦ୍ରକ ବନଖଣ୍ଡର ସମସ୍ତ ବନପାଳ ଓ ବନରକ୍ଷୀମାନେ ସହେଯାଗ କରିଥିଲେ।