ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥର ନୁନମାଠ ଗାଁ ଛକରେ ଟ୍ୟାଙ୍କର ଧକ୍କାରେ ଜଣେ ୧୦ ବର୍ଷିୟା ନାବାଳିକାଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ଲଳିତା ମାଝି । ତାଙ୍କ ଘର କେସିଙ୍ଗା ଥାନା ଅନ୍ତର୍ଗତ ବୋଗାଡ଼ରେ । ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଫେରାର୍ ହୋଇଯାଇଛି । ପୋଲିସ ଟ୍ୟାଙ୍କରଟିକୁ ଜବତ କରିଛି ।
ଆଜି ସକାଳେ ସସ୍ମିତା ତାଙ୍କ ବାପାଙ୍କ ସହିତ ନୁନମାଠ ଗାଁକୁ ଆସିଥିଲେ । ତାଙ୍କ ବାପା ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ବେଳେ ସେ ରାସ୍ତା ପାର୍ ହୋଇ ବିସ୍କୁଟ କିଣିବାକୁ ଯାଉଥିଲେ । ଏହି ସମୟରେ ବଲାଙ୍ଗିର ପଟରୁ ଆସୁଥିବା ବେଦାନ୍ତ କମ୍ପାନୀର ଏକ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଯଦ୍ୱାରା ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକି ରହିଥିଲା । ବରଗଡ଼-ବୋରିଗୁମ୍ମା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅବରୋଧ ହଟିବା ସହ ଯାନବାହନ ଚଳାଚଳ ସ୍ୱାଭାବିକ୍ ହୋଇଥିଲା ।